ଜିଓଫୋନ୍ ଦୀପାବଳି ୨୦୧୯ ଉପହାର-ମାତ୍ର ୬୯୯ ଟଙ୍କାରେ ଜିଓଫୋନ୍!

ଦଶହରା ଠାରୁ ଦୀପାବଳି ପର୍ଯ୍ୟନ୍ତ ସୀମିତ ସମୟ ଅଫର

ଭୁବନେଶ୍ୱର : ଭାରତ ଏକ ଡିଜିଟାଲ୍ ସମାଜକୁ ରୂପାନ୍ତରିତ ହେବାର ପ୍ରକ୍ରିୟାର ବାସ୍ତବ ଶୁଭାରମ୍ଭ ହୋଇସାରିଛି ।

ଉଭୟ ସଂଖ୍ୟା ବା ପରିମାଣ ଓ ଉପାଦାନ ଦୃଷ୍ଟିରୁ ଏହା ସାରା ଦୁନିଆରେ ଅତୁଳନୀୟ ।

ଏହାର ସମ୍ପୂର୍ଣ୍ଣ ସଫଳତା ପାଇଁ, ଆମକୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ, କୌଣସି ଭାରତୀୟ ଯେଭଳି ଡିଜିଟାଲ୍ ବିପ୍ଲବର ସୁଫଳ ପାଇବାରୁ ବଞ୍ଚିତ ନହୁଅନ୍ତି ।

ଆଜିର ସଂଯୁକ୍ତ (କନେକ୍ଟେଡ୍) ଦୁନିଆରେ ସୁଲଭ ଇଣ୍ଟରନେଟ୍ ହେଉଛି ଏକ ପ୍ରକାରର ମୌଳିକ ମାନବିକ ଆବଶ୍ୟକତା ଏବଂ ଖାଦ୍ୟ,ବସ୍ତ୍ର ଓ ବାସଗୃହ ଭଳି ଏକ ପ୍ରକାରର ମୌଳିକ ମାନବିକ ଅଧିକାର ।

ସେଥିପାଇଁ, ସାରା ଭାରତରେ ଭଏସ୍ କଲ୍ ସହିତ ଡାଟା ସେବାକୁ ମଧ୍ୟ ଦରକାର କରୁଥିବା ଭାରତୀୟଙ୍କ ପାଖରେ ପହଞ୍ଚାଇଛି ଜିଓ ।

ଅଣ-ଜିଓ ଅପରେଟରମାନେ ପ୍ରତି ଜିବିର ନିମ୍ନ ମାନର ୨ଜି ଡାଟା ପାଇଁ ପ୍ରାୟ ୫୦୦ ଟଙ୍କା ମୂଲ୍ୟ ନେଉଥିବା ବେଳେ ଜିଓର ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ ସବୁଠୁ ସୁଲଭ ମୂଲ୍ୟର ଡାଟା ଦର ସହିତ ଉଚ୍ଚ ମାନର ଡାଟା ସେବା ପ୍ରଦାନ କରୁଛି ।

ପୁନଶ୍ଚ, ଜିଓ ଦୁନିଆର ସବୁଠୁ ସୁଲଭ ମୂଲ୍ୟର ୪ଜି ଭିତିକ ସ୍ମାର୍ଟଫୋନକୁ ସାଧାରଣ ଭାରତୀୟଙ୍କ ନିକଟତର କରିପାରିଛି ।

ପ୍ରତିଟି ଭାରତୀୟ ଜାଣି ଗର୍ବ କରିବେ ଯେ ଜିଓ ସ୍ମାର୍ଟଫୋନ୍ ହେଉଛି ଏକମାତ୍ର ସ୍ମାର୍ଟଫୋନ୍ ଯାହା ଭାରତୀୟ ମାନଙ୍କ ଦ୍ୱାରା,ଭାରତୀୟଙ୍କ ପାଇଁ, ଏକ ଭାରତୀୟ ଅପରେଟିଂ ସିଷ୍ଟମ ସହିତ ଭାରତରେ ହିଁ ପ୍ରସ୍ତୁତ କରାଯାଇଛି ।

ମାତ୍ର ୧୫୦୦ ଟଙ୍କାରେ ମିଳୁଥିବା ଜିଓ ଫୋନ୍ ବଜାରରେ ଉପଲବ୍ଧ ହେଉଥିବା ସର୍ବନିମ୍ନ ମୂଲ୍ୟର ସ୍ମାର୍ଟଫୋନ୍ ଦାମର ଏକ ଚତୁର୍ଥାଂଶରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ ।

ଉନ୍ମୋଚନ ହେବା ପରଠାରୁ ପାଖାପାଖି ୭ କୋଟି ୨ଜି ବ୍ୟବହାରକାରୀ ଜିଓଫୋନ୍ ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି, ଯାହା ଦ୍ୱାରା ସେମାନେ ଶକ୍ତିଶାଳୀ ଡିଜିଟାଲ୍ ସେବାଗୁଡ଼ିକୁ ପ୍ରଥମ ଥର ପାଇଁ ହାସଲ କରିଛନ୍ତି ।

ଏହା ସତ୍ୱେ, ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ ଏବେବି ସମ୍ପୂର୍ଣ୍ଣ ପୂରଣ ହେବା ବାକି ଅଛି ।

ଏହାର କାରଣ ହେଉଛି ପାଖାପାଖି ୩୫ କୋଟି ଭାରତୀୟ ଏବେବି ୨ଜି ନେଟ୍ୱର୍କରେ ଅଛନ୍ତି, ସେମାନଙ୍କ ପାଖରେ ସ୍ମାର୍ଟଫୋନ୍  ନାହିଁ ।

ସେମାନେ ହେଉଛନ୍ତି ଆମ ଦେଶର ସବୁଠୁ ଉପେକ୍ଷିତ ବର୍ଗ ଯେଉଁମାନଙ୍କ ପାଇଁ ଅତି କମ୍ ମୂଲ୍ୟର ଜିଓ ଫୋନ୍ ମଧ୍ୟ ଏବେବି ସୁଲଭ ହୋଇପାରିନାହିଁ ।

ଏହି ୩୫ କୋଟି ୨ଜି ବ୍ୟବହାରକାରୀମାନେ ବର୍ତମାନ ସମ୍ପୂର୍ଣ୍ଣ ଡାଟା ସେବାକୁ ବାଦ ଦେବା କିମ୍ବା ନିମ୍ନ ମାନର ଡାଟା ୨ଜି ଡାଟା ଲାଗି ଅଧିକ ମୂଲ୍ୟ ଗଣିବା ଭଳି କଠିନ ବିକଳ୍ପ ଚୟନ କରୁଛନ୍ତି ।

ସେମାନଙ୍କ ପାଖରେ ମାଗଣା ଭଏସ୍ କଲ୍ ସୁବିଧା ନାହିଁ ଓ ସେମାନେ ଇଟଂରନେଟ୍  ମଧ୍ୟ ବ୍ୟବହାର କରିପାରୁନାହାନ୍ତି ।

ତେଣୁ ସବୁ ଭାରତୀୟଙ୍କ ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ନିଶ୍ଚିତ କରିବା ଦିଗରେ ଜିଓ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆଜି, ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଥରେ-ମାତ୍ର ଅଫର ଘୋଷଣା କରାଯାଇଛି ଯାହାର ନାମ ହେଉଛି ଜିଓଫୋନ୍ ଦୀପାବଳି ୨୦୧୯ ଅଫର । ଚଳିତ ଦଶହରା ଓ ଦୀପାବଳିର ପାର୍ବଣ ଅବସରରେ ଜିଓ ପକ୍ଷରୁ ଜିଓଫୋନ୍ ମାତ୍ର ୬୯୯ ଟଙ୍କାର ଏକ ସ୍ୱତନ୍ତ୍ର ମୂଲ୍ୟରେ ଉପଲବ୍ଧ କରାଯାଇଛି ଯାହାର ବର୍ତମାନ ବଜାର ମୂଲ୍ୟ ହେଉଛି ୧୫୦୦ ଟଙ୍କା ।

ନିଜର ପୁରୁଣା ଫୋନ୍ ବଦଳାଇବା ଭଳି କୌଣସି ପ୍ରକାର ସ୍ୱତନ୍ତ୍ର ସର୍ତ ନଥିବାରୁ ଗ୍ରାହକଙ୍କ ପାଇଁ ଏହା ସିଧାସଳଖ ୮୦୦ ଟଙ୍କାରୁ ଅଧିକ ସଂଚୟ ସୁଯୋଗ ଆଣିଦେଇଛି ।

ଏହି ମୂଲ୍ୟ ବଜାରରେ ବର୍ତମାନ ଉପଲବ୍ଧ ହେଉଥିବା ଯେକୌଣସି ୨ଜି ଫିଚର ଫୋନ୍ ତୁଳନାରେ ବହୁତ କମ୍ ।

୪ଜି ସେବା ପର୍ଯ୍ୟନ୍ତ ଆସିବା ଲାଗି ଫିଚର୍ ଫୋନ୍ ବ୍ୟବହାରକାରୀଙ୍କ ଲାଗି ଯେଉଁ ଶେଷ ପ୍ରତିବନ୍ଧକ ରହିଥିଲା ତାହା ଏବେ ଦୂର ହୋଇଛି ।

୭୦୦ ଟଙ୍କାର ପ୍ରତିବଦ୍ଧତା, ଯାହା ଜିଓ ଫୋନ୍ ଗ୍ରାହକମାନେ ଜିଓଫୋନ୍  କିଣିବା ଲାଗି ନିବେଶ କରିବେ ଏବଂ ୨ଜିରୁ ୪ଜି ଡାଟା ଦୁନିଆରେ ପ୍ରବେଶ କରିବେ, ଜିଓ ମଧ୍ୟ ନିଜ ଆଡ଼ୁ ନିବେଶର ପ୍ରତିଶ୍ରୁତି ଦେଇଛି ।

ଭାରତୀୟ ସମାଜରେ ନିହାତି ଆବଶ୍ୟକ କରୁଥିବା ବର୍ଗକୁ ଇଟଂରନେଟ୍ ଅର୍ଥନୀତିରେ ସାମିଲ କରିବା ଦିଗରେ ଜିଓର ଏହା ହେଉଛି ନିବେଶ ଏବଂ ପ୍ରତିବଦ୍ଧତା ।

ଯେଉଁ ଜିଓଫୋନ୍ ଗ୍ରାହକମାନେ ଦୀପାବଳି ୨୦୧୯ ଅଫର ଜରିଆରେ ଜିଓରେ ଯୋଗ ଦେବେ, ଜିଓ ସେମାନଙ୍କୁ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ସୁବିଧା ପ୍ରଦାନ କରିବ ।

ଗ୍ରାହକମାନେ ଯେଉଁ ପ୍ରଥମ ୭ଟି ରିଚାର୍ଜ କରିବେ, ଜିଓ ଅତିରିକ୍ତ ଭାବେ ପ୍ରତିଥର ୯୯ ଟଙ୍କା ମୂଲ୍ୟର ଡାଟା ଯୋଗ କରିବ ।

ଅତିରିକ୍ତ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ଜରିଆରେ ଏହି ଅଫରରେ ଜିଓ ଫୋନ୍ ବ୍ୟବହାରକାରୀମାନେ ମନୋରଂଜନ, ପେମେଂଟ୍, ଇ-କମର୍ସ, ଶିକ୍ଷା, ଲର୍ଣ୍ଣିଂ, ତାଲିମ, ରେଳ ଓ ବସ୍ ବୁକିଙ୍ଗ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଟେଂଲିଜେନ୍ସ) ଆପ୍ସ ଏବଂ ଆହୁରି ବହୁତ କିଛିର ଏଯାଏଁ ଅଦେଖା ଦୁନିଆରେ ପ୍ରବେଶ କରିପାରିବେ ।

ଜିଓ ଫୋନ୍ କିଣାରେ ୮୦୦ ଟଙ୍କାର ସଂଚୟ ଏବଂ ୭୦୦ ଟଙ୍କା ମୂଲ୍ୟର ଡାଟା ଜରିଆରେ ପ୍ରତି ଜିଓ ଫୋନ୍ ଗ୍ରାହକ ମୋଟ ୧୫୦୦ ଟଙ୍କାର ଲାଭ ପାଇପାରିବେ ।

ଏକ ସମୃଦ୍ଧ ଡିଜିଟାଲ୍ ଭାରତ ପାଇଁ ୧୫୦୦ ଟଙ୍କାର ଏହି ଲାଭ ହେଉଛି ଜିଓର ଦୀପାବଳି ଉପହାର ।

ଏହି ଥରେ-ମାତ୍ର ଉପଲବ୍ଧ ହେଉଥିବା ଅଫରକୁ ପୂର୍ଣ୍ଣ ମାତ୍ରାରେ ବ୍ୟବହାର କରି ଜିଓ ଫୋନ୍ ପ୍ଲାଟଫର୍ମରେ ପ୍ରବେଶ କରିବା ଲାଗି ଜିଓ ପକ୍ଷରୁ ୨ଜି ସେବା ବ୍ୟବହାର କରୁଥିବା ସମସ୍ତ ଭାରତୀୟଙ୍କୁ ଆମନ୍ତ୍ରଣ କରାଯାଇଛି ।

ମୁକେଶ ଧୀରୁଭାଇ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “ସୁଲଭ ମୂଲ୍ୟର ଇଟଂରନେଟ୍ ଏବଂ ଡିଜିଟାଲ୍ ବିପ୍ଳବ ଲାଭରୁ ଯେଭଳି କୌଣସି ଭାରତୀୟ ବଂଚିତ ନହୁଅନ୍ତୁ ତାହାକୁ ଜିଓ ନିଶ୍ଚିତ କରିବ ।

ଜିଓ ଫୋନ୍ ଦୀପାବଳି ଅଫର ପ୍ରଦାନ କରି ଆମେ ଆର୍ଥିକ ପିରାମିଡ୍ ଶେଷ ଧାଡ଼ିରେ ଥିବା ବର୍ଗର ପ୍ରତିଟି ନୂଆ ଲୋକଙ୍କୁ ଇଟଂରନେଟ୍ ଅର୍ଥନୀତିରେ ସାମିଲ କରିବା ଲାଗି ୧୫୦୦ ଟଙ୍କାର ନିବେଶ କରୁଛୁ ।

ଆମ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଡିଜିଟାଲ୍ ଇଣ୍ଡିଆ ମିସନ୍ ସଫଳତା ପାଇଁ ଆମର ପ୍ରତିବଦ୍ଧତାକୁ ମଧ୍ୟ ଆମେ ପ୍ରଦର୍ଶିତ କରୁଛୁ ।

 

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY