ଟଙ୍କାକୁ ଯେମିତି ସମସ୍ତେ ଭଲ ପାଅ,ସେହିପରି ଗାନ୍ଧୀଙ୍କ ବାଣୀ ଓ ଉପଦେଶକୁ ପାଳନ କର

ମହାତ୍ମା ଗାନ୍ଧୀ ଆମର ଶକ୍ତି

ମହାତ୍ମା ଗାନ୍ଧୀ ଆମର ଶକ୍ତି ।

ଗାନ୍ଧୀ ବିନା ଆମ ଦୈନନ୍ଦିନ ଜୀବନରେ ବଞ୍ଚିବା, ଚଳିବା କଷ୍ଟକର କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଗାନ୍ଧୀ ଏହି ପରି ଜଣେ ମହାପୁରୁଷ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଚିତ୍ର ବା ଫଟୋ ମାଧ୍ୟମରେ ଥାଆନ୍ତି, ତାହାର ଉଦାହରଣ ହେଲା ପ୍ରଚଳିତ “ଟଙ୍କା ବା ନୋଟ୍‍” ।

ଏହି ଯୁଗରେ ଟଙ୍କା ବିନା ଚଳିବା ବହୁ କଷ୍ଟକର ବ୍ୟାପାର ।

ଆମ ପାଖରେ କୌଣସି ମହାପୁରୁଷ ବା ଭଗବାନଙ୍କ ଫଟୋ ଥାଉ ବା ନଥାଉ ଗାନ୍ଧୀଙ୍କ ଫଟୋ ନିଶ୍ଚିତ ଥିବ ।

ସେହି ଫଟୋଥିବା ଟଙ୍କା ନ ଥିଲେ ଆମ ଦୈନନ୍ଦିନ ଚଳଣିରେ ଘୋର ବ୍ୟାଘାତ ସୃଷ୍ଟି ହେବ ।

ସେହି ମହାନ୍‍ ଆତ୍ମା ପ୍ରକୃତରେ ଆମର ସକଳ ଶକ୍ତିର ଆଧାର ।

ତାଙ୍କର ଚିତ୍ରକୁ ଆମେ ପାଖରେ ରଖୁଛୁ, ଶକ୍ତି ମିଳୁଛି ଓ ଜୀବନକୁ ବଞ୍ଚାଇ ପାରୁଛୁ, କିନ୍ତୁ ସେ କହିଯାଇଥିବା ବାଣୀ ଓ ଉପଦେଶକୁ ଆମେ କାର୍ଯ୍ୟରେ ଲଗାଇ ପାରୁନାହୁଁ ।

ଦେଶ ସ୍ୱାଧୀନ ଓ ଶାନ୍ତି ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି ।

ଅହିଂସା ମାଧ୍ୟମରେ ସେ ସାରା ପୃଥିବୀକୁ ଜୟ କରିପାରିଛନ୍ତି ।

ତାଙ୍କର ଜନ୍ମଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଉଛି ।

ଯାହାକି ଭାରତୀୟଙ୍କ ପାଇଁ ବହୁ ଗର୍ବର ବିଷୟ ।

ଗାନ୍ଧୀଙ୍କ ବାଣୀକୁ ନେଇ ସାରା ପୃଥିବୀରେ ଚର୍ଚ୍ଚା ହେଉଥିବା ବେଳେ ଆମେ କିନ୍ତୁ ତାଙ୍କ ବାଣୀକୁ ଚର୍ଚ୍ଚା ପରିଧିକୁ ଆଣୁ ନାହୁଁ, ଯାହାକି ବହୁ ଦୁଃଖଦାୟକ ବିଷୟ ।

ଆମେ ଯଦି ଗାନ୍ଧୀଙ୍କ ସେ ଅଂହିସା ନୀତିକୁ ଜୀବନରେ ଅବଲମ୍ବନ କରିବା ତେବେ ଭାରତରେ ଅଶାନ୍ତି, ଆତଙ୍କବାଦ, ନକ୍ସଲବାଦ୍‍ ପରି ବଡ଼ବଡ଼ ଘଟଣା ସୃଷ୍ଟି ହେବ ନାହିଁ ଏବଂ ଶାନ୍ତି ପ୍ରିୟ ଦେଶ ଗଠିତ ହୋଇପାରିବ ଓ ଦୃତ ବିକାଶରେ ସହାୟକ ହୋଇପାରିବ ।

ସମସ୍ତେ ଶାନ୍ତି ଓ ଆନନ୍ଦରେ ଜୀବନକୁ ସଠିକ୍‍ ପଥରେ ନେଇ ପାରିବେ ।

ଗାନ୍ଧୀ ଆମମାନଙ୍କର ପ୍ରକୃତରେ ପ୍ରତ୍ୟକ୍ଷ ଗୁରୁ ।

ଟଙ୍କାକୁ ଯେମିତି ସମସ୍ତେ ଭଲ ପାଆନ୍ତି, ସେହିପରି ଯଦି ଗାନ୍ଧୀଙ୍କ ବାଣୀ ଓ ଉପଦେଶକୁ ପାଳନ କରାଯାଏ, ତେବେ ପୃଥିବୀରେ ଆମ ଦେଶ ସବୁଠାରୁ ଶ୍ରେଷ୍ଠ ରାଷ୍ଟ୍ର ହେବ ।

ସମୀର କୁମାର ସିଂହ

Categories
KNOWLEDGE
Newsroll

RELATED BY

  • ଜେ.ଏନ୍.ୟୁ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡ଼ି ପାଇଲେ ଓଡ଼ିଆ ଝିଅ

    ନୂଆଦିଲ୍ଲୀ, (ଓ.ଏନ୍‍.ବ୍ୟୁରୋ) : ଓଡ଼ିଆ ଝିଅ ସୌମ୍ୟା ଶର୍ମିଷ୍ଠା ମଲ୍ଲିକ ଇତିମଧ୍ୟରେ ବିଶ୍ୱ ବିଖ୍ୟାତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରୁ ସମାଜ ବିଜ୍ଞାନରେ ଡ଼କ୍ଟର ଅଫ ପିଲୋସଫି ଡ଼ିଗ୍ରୀ ହାସଲ କରିଛନ୍ତି । ପି.ଏଚ୍.ଡ଼ି ରେ ତାଙ୍କର ସନ୍ଦର୍ଭଟି ହେଉଛି...
  • ଆରକେଏସ ଭଦୌରିଆ ପରବର୍ତୀ ବାୟୁ ସେନା ମୁଖ୍ୟ ହେବେ

    ଭାରତ ସରକାର ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁ ସେନା ମୁଖ୍ୟ ଚିଫ ଏୟାର...
  • ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

    ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ...
  • ନୂତନ କ୍ୟାବିନେଟ ସଚିବ ରାଜୀବ ଗୌବା

    ନୂତନ କ୍ୟାବିନେଟ ସଚିବ ଭାବେ ଆଜି ଶ୍ରୀ ରାଜୀବ ଗୌବା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ କ୍ୟାବିନେଟ ସଚିବ ଶ୍ରୀ ପି.କେ. ସିହ୍ନାଙ୍କ ଅବସର ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ୧୯୮୨ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡର...