ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର ବାଧ୍ୟତାମୂଳକ ନିୟମ କୋହଳ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁର କରାଯାଇଛି ।

ଏହି ଯୋଜନା ଅନ୍ତର୍ଗତ କେତେକ ବ୍ୟତିକ୍ରମକୁ ବାଦ ଦେଲେ ଜମି ଥିବା କୃଷକ ପରିବାରଗୁଡ଼ିକୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି ।

ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଚାରି ମାସରେ ୨ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ତିନୋଟି କିସ୍ତିରେ ପ୍ରଦାନ କରାଯାଇଥାଏ ।

ଏହି ଅର୍ଥରାଶି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଜମା କରାଯାଇଥାଏ ।

ଏହି ଯୋଜନା ଅନ୍ତର୍ଗତ ୧ ଅଗଷ୍ଟ, ୨୦୧୯ ପରେ ହିତାଧିକାରୀଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯାଇଛି ।

ପୂର୍ବରୁ ଡିସେମ୍ବର ୨୦୧୮ ଓ ମାର୍ଚ୍ଚ ୨୦୧୯ରେ ହିତାଧିକାରୀଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଥିଲା ।

ଏହି ଅର୍ଥରାଶି କେବଳ ଆଧାର ସଂଖ୍ୟା ଥିବା ବ୍ୟାଙ୍କ ଖାତାଧାରୀଙ୍କୁ ପ୍ରଦାନ କରାଯାଇଥିଲା ।

ଅବଶିଷ୍ଟ ହିତାଧିକାରୀଙ୍କୁ ୧ ଅଗଷ୍ଟ, ୨୦୧୯ରେ ପ୍ରଥମ କିସ୍ତି କେବଳ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଂଟ ଜରିଆରେ ଦିଆଯାଇଥାନ୍ତା ।

ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଂଟ ଜରିଆରେ ଅର୍ଥ ପଇଠ ସମ୍ଭବ ହେଉନଥିବାରୁ ଆସାମ, ମେଘାଳୟ ଓ ଜମ୍ମୁ ଓ କଶ୍ମୀରର କୃଷକଙ୍କ ପାଇଁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି ନିୟମ କୋହଳ କରାଯାଇଛି ।

ତେବେ ୧ ଅଗଷ୍ଟ, ୨୦୧୯ ପରେ କିସ୍ତି ଜାରି କରିବାର ନିର୍ଦ୍ଧାରିତ ସମୟ ସୁଦ୍ଧା ଅର୍ଥରାଶି ଜାରି କରିବା ଲାଗି ୧୦୦ ପ୍ରତିଶତ ଆକାଉଂଟକୁ ଆଧାର ସହିତ ଯୋଡ଼ିବା ସମ୍ଭବ ହୋଇପାରିଲା ନାହିଁ ।

ବର୍ତମାନ କୃଷକମାନେ ରବି ଋତୁ ପାଇଁ ପ୍ରସ୍ତୁତି କରୁଛନ୍ତି ।

ଏଭଳି ସ୍ଥିତିରେ ସେମାନଙ୍କୁ କୃଷି ସହ ଜଡ଼ିତ ଅନେକ କାର୍ଯ୍ୟ ଯେପରିକି ବିହନ କ୍ରୟ, ମାଟି ପ୍ରସ୍ତୁତି ଏବଂ ଜଳସେଚନ ଗତିବିଧି, ମେସିନ ଏବଂ ସରଞ୍ଜାମ ରକ୍ଷଣାବେକ୍ଷଣ ଲାଗି ଅର୍ଥର ନିତାନ୍ତ ଆବଶ୍ୟକତା ରହିଛି ।

ଏହି ଆବଶ୍ୟକତା ସହିତ, ନିକଟରେ ଆରମ୍ଭ ହୋଇଥିବା ପାର୍ବଣ ଋତୁରେ ମଧ୍ୟ ଗରିବ କୃଷକ ପରିବାର ଉପରେ ଅତିରିକ୍ତ ଅର୍ଥ ବୋଝ ପଡ଼ିବ ।

ଆଧାର ସଂଖ୍ୟା ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ସଂଯୋଗ କରାଯାଇ ନପାରିବା କାରଣରୁ ପରବର୍ତୀ କିସ୍ତି ଜାରି ହେବାରେ ବିଳମ୍ବ ହେବ ।

ଏହି କାରଣରୁ କୃଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ ।

ସେଥିପାଇଁ ୧ ଅଗଷ୍ଟ ୨୦୧୯ ପରେ ହିତାଧିକାରୀଙ୍କୁ ଲାଭ ଜାରି କରିବା ଲାଗି ବ୍ୟାଙ୍କ ଆକାଉଂଟକୁ ଆଧାର ସଂଖ୍ୟା ସହ ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରାଯାଇଛି ।

ଫଳରେ ବହୁ ସଂଖ୍ୟକ କୃଷକମାନଙ୍କୁ ତୁରନ୍ତ ଅର୍ଥରାଶି ପ୍ରଦାନ କରାଯିବା ସମ୍ଭବ ହେବ ।

ଲାଭ ଜାରି କରିବା ଲାଗି ଏହି ବାଧ୍ୟତାମୂଳକ ନିୟମ ୧ ଡିସେମ୍ବର, ୨୦୧୯ ପରେ ଲାଗୁ ହେବ ।

ସରକାର କିସ୍ତି ପଇଠ କରିବା ପୂର୍ବରୁ ଏହି ତଥ୍ୟର ବୈଧତା ଲାଗି ସରକାର ଆବଶ୍ୟକ ଉପାୟ କରିବେ ।

Categories
NATIONAL
Newsroll

RELATED BY

  • ଓଡ଼ିଶାରେ ୬ ବର୍ଷ ମଧ୍ୟରେ ୯ହଜାର ୯ ଶହ ୩୭ ଦଳିତ ଅତ୍ୟାଚାର ହୋଇଛନ୍ତି : କେନ୍ଦ୍ରମନ୍ତ୍ରୀ

    ଭୁବନେଶ୍ୱର: ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ...
  • ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

    ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା...
  • ଦ୍ୱାଦଶ ସ୍ଥାନରେ ଓଡ଼ିଶା,ଶୀର୍ଷରେ କର୍ଣ୍ଣାଟକ

    ଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ...
  • ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ୨ ଲକ୍ଷ ଘଣ୍ଟା ପ୍ରଶିକ୍ଷଣ

    କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିର ମହିଳାମାନଙ୍କୁ ସେମାନଙ୍କ ସମୁଦାୟ...