ମୋ ଖେଳରେ ଉନ୍ନତି ପାଇଁ ଅନଲାଇନ ଭିଡିଓ ଦେଖିଲି

ମନ୍ଦର

ପରିବର୍ତନ କେବେହେଲେ ସହଜ ନୁହେଁଆଉ ୨୭ ବର୍ଷ ବୟସରେ ନିଶ୍ଚିତ ନୁହେଁ  । 

ଗତବର୍ଷ ହିରୋ ଇଣ୍ଡିଆନ ସୁପର ଲିଗରେ ଏଫସି ଗୋଆ ପ୍ରଶିକ୍ଷକ ତାଙ୍କୁ ଯେତେବେଳେ ଲେଫ୍ଟ-ବ୍ୟାକ ସ୍ଥାନରେ ଖେଳିବା ପାଇଁ କହିଲେ ମନ୍ଦର ରାଓ ଦେଶାଇଙ୍କ ପାଖରେ ସମ୍ଭବତଃ ଆଉ କିଛି ବିକଳ୍ପ ନଥିଲା  ।

 ସେହି ଦିନରୁ ମନ୍ଦର ସେଇ ନୂଆ ସ୍ଥାନରେ କେବଳ ଉତ୍କୃଷ୍ଟ ପ୍ରଦର୍ଶନ କରିନାହାନ୍ତିଜାତୀୟ ଦଳରେ ମଧ୍ୟ ସ୍ଥାନ ଅର୍ଜନ କରିଛନ୍ତି  । 

ନିଜର ନୂତନ ଭୂମିକା ସମ୍ପର୍କରେ ଆଇଏସଏଲ ଗଣମାଧ୍ୟମ ସହିତ କଥା ହୋଇଥିଲେ ମନ୍ଦର  ।

 

ଜଣେ ବାମ-ଉଇଂଗର ଭାବେ ଭଲ ଖେଳ ପ୍ରଦର୍ଶନ କରିବା ପରେ ବାମ-ବ୍ୟାକ ସ୍ଥାନରେ ଖେଳିବାକୁ ପଡିବ ବୋଲି କଳ୍ପନା କରିଥିଲେ କି ?

ଗତବର୍ଷ ସ୍ପେନରେ ସିଜନ ଆରମ୍ଭ ପୂର୍ବରୁ ପ୍ରଶିକ୍ଷକ ସର୍ଜିଓ ଲୋବେରା ମୁଁ ଏହି ନୂଆ ସ୍ଥାନରେ ଭଲ ଖେଳିପାରିବି ବୋଲି କହିଥିଲେ  ।

 ସ୍ପେନରେ ମୋତେ ପ୍ରଥମ ମ୍ୟାଚରେ ଖେଳାଇବା ପୂର୍ବରୁ ସେ ମୋତେ ନୂଆ ଜାଗା ଠିକ ଲାଗିବକି ବୋଲି ପଚାରିଥିଲେ  । ସିଜନ ଆଗକୁ ଗଡିଚାଲିବା ସହିତ ଅଭିଜ୍ଞତା ନଥିଲେ ମଧ୍ୟ ମୁଁ ପ୍ରତିରକ୍ଷା କଳା ଶିଖିବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲି  ।

 ନୂଆ ସ୍ଥାନରେ ଭଲ ଖେଲିଚାଲିଲେ ମୁଁ ଜାତୀୟ ଦଳରେ ମଧ୍ୟ ବାମ-ବ୍ୟାକ ଭାବେ ଖେଳିପାରିବି ବୋଲି ପ୍ରଶିକ୍ଷକ ମୋତେ କହିଥିଲେ  ।

ତାହେଲେ ସତକୁ ସତ ଆପଣ ବାମ-ବ୍ୟାକ ଭାବେ ଜାତୀୟ ଦଳରେ ସ୍ଥାନ ପାଇଲେ ?

ଦେଶ ପାଇଁ ପ୍ରଥମ ମ୍ୟାଚ କାତାର ବିପକ୍ଷରେ ଖେଲିବାଲାଗି ମୁଁ ଖୁବ ଉତ୍ସୁକ ଥିଲି । 

ଏସିଆର ଚାମ୍ପିଅନ ଦଳ ବିପକ୍ଷରେ ଖେଳିବା ଖୁବ କଷ୍ଟକର ଥିଲା  ।

 ଆମେ ଆମର ସମସ୍ତ ଶକ୍ତି ଖଟାଇ ତାଳମେଳ ଠିକ ରଖିବାକୁ ଚେଷ୍ଟା କଲୁ  ।

 ରକ୍ଷଣ ଓ ମଧ୍ୟଭାଗ ଖେଳାଳିମାନଙ୍କ ମଧ୍ୟରେ ଆମେ ଭଲ ବୁଝାମଣା ରଖି ଖେଳିଲୁ ଏବଂ ଭଲ ଫଳ ପାଇଲୁ  ।

 

୨୭ ବର୍ଷ ବୟସରେ ପରିବର୍ତ୍ତନ ସହ ନିଜକୁ ଖାପଖୁଆଇବା କେତେ କଷ୍ଟକର ଥିଲା ?

ଏହା ସମ୍ପୃକ୍ତ ଖେଳାଳି ଉପରେ ନିର୍ଭର କରେ  ।

 ମୋ ପାଇଁ ବାମ-ବ୍ୟାକ ସ୍ଥାନରେ ଖେଳିବା ଏକ ଆହ୍ୱାନ ଥିଲା  ।

 ମୋତେ ମୋର ଖେଳ ସମ୍ପୂର୍ଣ ବଦଳାଇବାକୁ ପଡିଥିଲା ଏବଂ ଉନ୍ନତି ଆଣିବା ଲାଗି ମୁଁ ବହୁତ ଅନଲାଇନ ଭିଡିଓ ଦେଖିଲି  ।

 

ଏଫସି ଗୋଆର ସହ-ମାଲିକ ବିରାଟ କୋହଲି ଫୁଟବଲ ଖେଳାଳୀମାନଙ୍କ ପାଖରେ ଥିବା ଫିଟନେସର ଉଚ୍ଚ ପ୍ରସଂଶା କରନ୍ତି  । ସହ-ମାଲିକ ଭାବେ ତାଙ୍କୁ ପାଇବା କେତେ ପ୍ରେରଣାଦାୟକ ?

ଖେଳାଳୀମାନଙ୍କ ସହ କଥା ହେବାବେଳେ ସେ ବହୁତ ଉତ୍ସାହ ଦିଅନ୍ତି  ।

 କ୍ଲବ ଓ ଖେଳାଳୀମାନଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି  ।

 ଆଇଏସଏଲରେ ଏଫସି ଗୋଆ ସବୁବେଳେ ଭଲ ଖେଳିଆସିଛି  ।

 ଶ୍ରେଷ୍ଠ ଚାରି ଦଳ ମଧ୍ୟରେ ରହିବା ଗୋଟିଏ କ୍ଲବ ପକ୍ଷରେ ସହଜ ନୁହେଁ  ।

 କିନ୍ତୁ ଏଫସି ଗୋଆ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଦେଇଆସିଛି  ।

 ଫୁଟବଲ ଖେଳରେ ବହୁତ ଦୌଡିବା ଦରକାର ପଡୁଥିବାରୁ କ୍ରିକେଟ ଖେଳାଳୀଙ୍କ ଠାରୁ ଫୁଟବଲ ଖେଳାଳୀଙ୍କ ଫିଟନେସ ଉର୍ଦ୍ଧରେ ବୋଲି ବିରାଟ ଯାହା କହନ୍ତି ତାହା ଠିକ  ।

 ବ୍ୟକ୍ତିଗତ ଭାବେ ବିରାଟ ବହୁତ ଫିଟ ଏବଂ ଫିଟନେସର ଶୀର୍ଷ ସୀମାରେ ପହଂଚିବା ପାଇଁ କଣ ଦରକାର ତାହା ସେ ବୁଝନ୍ତି  ।

 

ଏଫସି ଗୋଆ ପକ୍ଷରୁ ଖେଳିବା ଲାଗି ଚୁକ୍ତି ସ୍ଵାକ୍ଷର କରିବା ବେଳେ ଆପଣଙ୍କ ବୟସ କମ ଥିଲା  । ଏବେ ଆପଣ ଦଳର ଅଧିନାୟକ  । କ୍ଲବରେ ଆପଣଙ୍କ ଭୂମିକାର ବିବର୍ତ୍ତନ ସମ୍ପର୍କରେ କଣ କହିବେ ?

 

କେବଳ ଏଫସି ଗୋଆ ନୁହେଁଡେମ୍ପୋ ସ୍ପୋର୍ଟ୍ସ କ୍ଲବରେ ଥିବାବେଳେ ମୁଁ ବରିଷ୍ଠ ଖେଳାଳୀମାନଙ୍କ ଠାରୁ ବହୁତ କିଛି ଶିଖିଛି  ।

ଜିକୋଙ୍କ ଭଳି ବିଶ୍ୱ ଫୁଟବଲ ଖେଳର ଜଣେ କିମ୍ବଦନ୍ତୀଙ୍କ ଦ୍ୱାରା ପ୍ରଶିକ୍ଷିତ ହୋଇଥିବାରୁ ମୁଁ କୃତଜ୍ଞ  ।

 ଜାତୀୟ ଦଳରେ ଖେଳିବା ଏବଂ ବିପୁଳ ସଂଖ୍ୟକ ଦର୍ଶକଙ୍କ ସମ୍ମୁଖରେ ସମର୍ଥନ ପାଇ ଖେଳିବା ଅଭିଜ୍ଞତାରୁ ବହୁତ କିଛି ଶିଖିବାକୁ ମିଳେ  ।

 ମୋ ଖେଳକୁ ବିକଶିତ କରିବାରେ ପୂର୍ବତନ ଏଫସି ଗୋଆ ଖେଳାଳି ରବର୍ଟ ପିରେଜ ଓ ଲୁସିଓଙ୍କ ଭୂମିକା ଗୁରୁତ୍ୱପୂର୍ଣ ଥିଲା  ।

 ମୁଁ ମଧ୍ୟ କ୍ଲବର ଉଦୀୟମାନ ଖେଳାଳିଙ୍କ ପାଇଁ ସେହି ଭୂମିକା ତୁଲାଇବାକୁ ଚାହୁଁଛି  ।

 

Categories
SPORTS

RELATED BY

  • ନୂଆପିଢିର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ:ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର: ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ । ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର...
  • ଭୁବନେଶ୍ୱରରେ ଏକତା ପାଇଁ ଦୌଡ଼ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର:ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ (Run for Unity)କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଗୁଜୁରାଟର କେୱଡ଼ିଆ...
  • ସମର୍ଥକଙ୍କୁ ଖୁସି କରିବା ଚାହାଁନ୍ତି

    ଜାମସେଦପୁର : ହିରୋ ଇଣ୍ଡିଆନ ସୁପର ଲିଗରେ ତୃତୀୟ ସିଜନ ଖେଳିବାକୁ ଯାଉଥିବା ଜାମସେଦପୁର ଏଫସି ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ପାଇଁ ଲକ୍ଷ୍ୟ ରଖିବ ।   ଗତ ସିଜନରେ ସେମାନେ ଅଳ୍ପକେ ଏହି ସୁଯୋଗ ହାତଛଡ଼ା କରିଥିଲେ ।  ଆସନ୍ତା...
  • ଉଦଘାଟନୀ ମ୍ୟାଚ ଜିତିବାକୁ ଆଗ୍ରହୀ କେରଳ ବ୍ଳାଷ୍ଟର୍ସ

    କୋଚି ସ୍ଥିତ ଜବାହାରଲାଲ ନେହରୁ ଆନ୍ତର୍ଜାତିକ ଷ୍ଟାଡିଅମ ଠାରେ ଆସନ୍ତା କାଲି ଏକ ବୃହତ ମ୍ୟାଚ ସହିତ ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଡିଆନ ସୁପର ଲିଗର ଷଷ୍ଠ ସିଜନ  । ଏହି ମ୍ୟାଚରେ ଦୁଇ ଥରର ଚାମ୍ପିଅନ ଏଟିକେ...
Call Now ButtonCALL TO MR. SAMIR