ଏସପିଙ୍କୁ ବହିଷ୍କାର କରାଯାଉ,ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ତୁରନ୍ତ ଇସ୍ତଫା ଦିଅନ୍ତୁ

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୧୫ ଦିନ ବିତିଲାଣି ।

ବିଜେପି ବରାମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି ।

ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ଠିକ୍ ଭାବେ ହୋଇନଥିବା କଥାକୁ ଖୋଦ୍ ସ୍ୱୀକାର କରିଛନ୍ତି ।

ପୋଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ସେଠାରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ ।

ଅନ୍ୟପଟେ ଯାଜପୁର ଏସପି ବୃତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀର ଚରିତ୍ରହନନ କଲେ ।

ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି ।

ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ବିଧାୟକ ଦଳ ପ୍ରତିନିଧୀ ହରିଦାସପୁର ପଂଚାୟତ ଗସ୍ତ କରି ମୃତା ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଛନ୍ତି ।

ସ୍ମିତାରାଣୀର ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ।

ହତ୍ୟାକାଣ୍ଡ ପୁର୍ବରୁ ଗଣ ବଳତ୍କାର ହୋଇଥିବା ଭଳି ଲାଗୁଛି ।

ହେଲେ ତଦନ୍ତକୁ ବାଟବଣା କରିବା ପାଇଁ ଜିଲ୍ଲା ଏସପି ସ୍ମିତାରାଣୀଙ୍କର ଚରିତ୍ର ହନନ କରିବା ସହିତ ଏହାକୁ ଏକ ଆତ୍ମ ହତ୍ୟାର ରୂପ ଦେଲେ ।

ବିନା ତଦନ୍ତରେ, ମୃତା ସ୍ମୀତାରାଣିଙ୍କର ସ୍ୱାମୀଙ୍କ ମତକୁ, ସ୍ମୀତାରାଣିଙ୍କର ପରିବାରର କଥାକୁ ଏସପି ତଦନ୍ତ ପରିସର ଭୁକ୍ତ ନକରି କେବଳ ଯିଏ ଅପରାଧୀ ତାହା କଥାରେ ସ୍ମୀତାରାଣୀଙ୍କର ଚରିତ୍ରକୁ ଆକ୍ଷେପ କଲେ ।

ତଦନ୍ତ ଦାୟୀତ୍ୱରେ ଥିବା ଜିଲ୍ଲା ଏସପି ଜଣେ ସର୍ବଭାରତୀୟ ପୋଲିସ ସେବାର ଅଧିକାରୀ । ତାଙ୍କର ଏଭଳି ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତ ।

ଜଣେ ମୃତ ମହିଳାଙ୍କର ଚରିତ୍ରକୁ ଆକ୍ଷେପ କରି ସର୍ବସାଧାରଣରେ ଏପରି ଟିପ୍ପଣି ଦେବା ପିଡିତାଙ୍କ ପରିବାରର ମାନହାନି କରିବା ସହିତ ହିନ୍ଦୁ ପରମ୍ପରାରେ ମୃତ ଆତ୍ମା ପ୍ରତି ଦିଆଯାଉଥିବା ସମ୍ମାନକୁ ବିରୋଧାଚରଣ କରୁଛି ।

ଜିଲ୍ଲା ପୋଲିସ ଓ ପ୍ରଶାସନ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରଣରୁ ନ୍ୟାୟ ମିଳିବା ଅସମ୍ଭବ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ ।

ଏହା ସହ ଯାଜପୁର ଏସପିଙ୍କୁ ବହିଷ୍କାର କରିବା ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି ।  ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ବଳତ୍କାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ ତଦନ୍ତ ସାରିଥିବା କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ।

ଶାସକ ବିଜେଡି ଦଳର ପ୍ରବକ୍ତା ସାଜି ମହିଳା କମିଶନ ନିଜ ପଦବୀର ମର୍ଯ୍ୟାଦାହାନୀ କରି ମିଥ୍ୟା ବୟାନବାଜି କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।

ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ନାଏକ କହିଛନ୍ତି ।

ସ୍ମିତାରାଣିଙ୍କର ସ୍ୱାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ ସ୍ମୀତାରାଣିଙ୍କ ଉପରେ ବୃତିଗତ ଚାପ ଥିଲା ।

ଶାସକ ଦଳର କିଛି ନେତା ମିଥ୍ୟା ବିଲ ପାସ କରାଇବା, ପକ୍କାଘର ହିତାଧୀକାରି ଚୟନରେ ସେମାନଙ୍କ ସୁପାରିଶ ଅନୁସାରେ ହିତାଧିକାରି ଚୟନ କରିବା ଓ ଅନ୍ୟାନ ସରକାରୀ ଯୋଜନାରେ ବେଆଇନ କାମ କରିବା ପାଇଁ ଚାପ ପକାଉଥିଲେ ।

ସେକଥା ସ୍ମୀତାରାଣି ତାଙ୍କ ସ୍ୱାମୀଙ୍କୁ ଅନେକ ଥର କହିଥିଲେ ।

ପୋଲିସ ସେହି ଦିଗ ଉପରେ ତଦନ୍ତ କାହିଁକି କଲାନାହିଁ ।

ବିଜୁ ପକ୍କାଘର କେଳେଙ୍କାରିକୁ ଲୁଚାଇବା ପାଇଁ ସ୍ମୀତାଙ୍କୁ ହତ୍ୟା କରାଯାଇଛି ଏକଥା ସ୍ପଷ୍ଟ ଜଣାପଡୁଛି ।

ସ୍ମିତାରାଣୀର ଗଣଦୁଷ୍କର୍ମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ସେ ଗେଷ୍ଟହାଉସର ସିସିଟିଭି ଫୁଟେଜ କୁଆଡେ ଗଲା?

ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ଘଟଣାସ୍ଥଳ ଏବଂ ଗେଷ୍ଟହାଉସ କଣ ପାଇଁ ପୋଲିସ ସେହି ଘଟଣା ଘଟିବା ପରେ ସିଲ କଲା ନାହିଁ ।

ଯେଉଁ ସ୍କୋପିଓରେ ମୃତା ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଗଲା ସେ ଗାଡି କାହାର ଏବଂ ସେ ଗାଡିକୁ ପୋଲିସ କଣ ପାଇଁ ସିଜ କରିଲା ନାହିଁ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।

ରାଜ୍ୟସରକାର ମହିଳା ସଶକ୍ତିକରଣ , ମୋ ସରକାର, ମୋ ପୋଲିସ ଏବଂ ୫ଟି କଥା କହୁଥିବାବେଳେ ଏକ ସରକାରୀ କର୍ମଚାରି ଓ ମହିଳାଙ୍କ ମୃତ୍ୟୁପରେ ତାଙ୍କୁ ନ୍ୟାୟ ମିଳୁନାହିଁ ।

ମହିଳା କମିଶନ ଘଟଣା ସ୍ଥଳକୁ ଯାଇଥିଲେ ବି ଆଶ୍ଚର୍ଯ୍ୟ ଜନକ ଭାବେ ମୃତା ସ୍ମୀତାରାଣିଙ୍କର ପରିବାର ଲୋକଙ୍କୁ ଭେଟିଲେ ନାହିଁ ।

ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରି ତାଙ୍କୁ ତୁରନ୍ତ ନ୍ୟାୟ ଦିଆଯାଉ ବୋଲି ଶ୍ରୀ ନାଏକ କହିଛନ୍ତି ।

ଏହି ପ୍ରତିନିଧୀ ଦଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଜିଲ୍ଲା ସଭାପତି ଗୌତମ ରାୟ, ଅମର ନାୟକ, ବବିତା ମଲ୍ଲିକ, ଅମୀୟ ମଲ୍ଲିକ, ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ବାଚସ୍ପତି ଚାହୁଁନାହାନ୍ତି ସ୍ମୀତାରାଣିଙ୍କର ହତ୍ୟା ବିଷୟ ଗୃହରେ ରେକର୍ଡ ହେଉ

    ଭୁବନେଶ୍ୱର : ସ୍ମୀତାରାଣି ହତ୍ୟା ଓ ଦୁଷ୍କର୍ମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ସରକାରୀ ଷଡଯନ୍ତ୍ର ବିରୋଧରେ ବିଜେପି ବିଧାୟକ ମାନେ ବିଧାନସଭାରେ ଆଲୋଚନା କରିବା ପାଇଁ ଚାହୁଁଥିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ...
  • ୧୦ଟି ଜିଲ୍ଲାରେ ପ୍ରାୟ ୮୬ କୋଟି ଟଙ୍କାର ଘୋଟାଲା

    ଭୁବନେଶ୍ୱର : କୃଷକ କଲ୍ୟାଣ ନାଁରେ ନିର୍ବାଚନ ପୂର୍ବରୁ ନବୀନ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଆଳରେ କୋଟି କୋଟି ଟଙ୍କା ବାଣ୍ଟିଛନ୍ତି । ଏ ଅଭିଯୋଗକୁ ସରକାର ମୂଳରୁ ଫାଙ୍କି ଆସୁଥିଲେ ମଧ୍ୟ ଶେଷରେ ଧରା...
  • ମାହାଙ୍ଗା ବ୍ଲକର ବିଡିଓଙ୍କୁ ପଞ୍ଚାୟତରାଜ ମନ୍ତ୍ରୀ ନିଜର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି

    ଭୁବନେଶ୍ୱର : ମାହାଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ହୋଇଥିବା କଥା ନିଜେ ସରକାର ମାନିଥିଲେ । ନିଜେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହାର ତଦନ୍ତ କରାଇ ସାନି ହିତାଧିକାରି ତାଲିକା ପ୍ରସ୍ତୁତ କରିବା...
  • ବିଧାନସଭାରେ କଂଗ୍ରେସ-ବିଜେଡି ହାତ ମିଳାଇଲେ : ପ୍ରଦୀପ୍ତ ନାଏକ

    ଭୁବନେଶ୍ୱର : ସ୍ମୀତାରାଣି ହତ୍ୟା ଓ ଦୁଷ୍କର୍ମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ଷଡଯନ୍ତ୍ରକୁ ଗତ କାଲି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମୋହର ମାରିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର କିଛି ନେତା...
Call Now ButtonCALL TO MR. SAMIR