ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିିିିିୟମ ପ୍ରଦର୍ଶନୀ ଏବଂ ସମ୍ମିଳନୀରେ ଯୋଗଦେବେ

Share this:

ନୂଆଦିଲ୍ଲୀ/ ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ ମନ୍ତ୍ରୀଙ୍କ ସହ ଏହି ବିଦେଶ ଗସ୍ତରେ ସାମିଲ ଅଛନ୍ତି ।

ଶ୍ରୀ ପ୍ରଧାନ ୟୁଏଇ ମନ୍ତ୍ରୀ ଡ. ସୁଲତାନ ଅହମ୍ମଦ ଅଲ୍ ଜାବେରଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆବୁଧାବୀ ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିିିିିୟମ ପ୍ରଦର୍ଶନୀ ଏବଂ ସମ୍ମିଳନୀ(ଆଡିପେକ୍)ରେ ଯୋଗଦେବେ ।

ଏହି ଦିନ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ମଧ୍ୟ ଶ୍ରୀ ପ୍ରଧାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀ ପ୍ରଧାନ ଏବଂ ୟୁଏଇ ମନ୍ତ୍ରୀ ସୁଲତାନ ଅହମ୍ମଦ ଅଲ୍ ଜାବେର ଉଭୟ ଏଫଆଇପିଆଇ, ଡିଜିଏଚ ଏବଂ ସିଆଇଆଇ ଦ୍ୱାରା ସହଯୋଗରେ ଆୟୋଜିତ ଭାରତ ପ୍ୟାଭିଲିୟନକୁ ଉଦଘାଟନ କରିବେ ।

ଏହି ଅବସରରେ ଡିଜିଏଚ ପକ୍ଷରୁ ଭାରତର ଅନ୍ୱେଷଣ ଓ ଉତ୍ପାଦନ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏକ ରୋଡ ସୋ’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ୟୁଏଇର ଉର୍ଜା ଓ ଶିଳ୍ପ ମନ୍ତ୍ରୀ ଏବଂ ଡ. ସୁଲତାନ ଅହମ୍ମଦ ଅଲ୍ ଜାବେରଙ୍କୁ ଭେଟି ହାଇଡ୍ରୋକାର୍ବନ, ଇସ୍ପାତ୍ କ୍ଷେତ୍ର ସମ୍ବନ୍ଧରେ ଆଲୋଚନା କରିବା ସହ ଭାରତ ଏବଂ ୟୁଏଇ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାମ ଉପରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଶ୍ରୀ ପ୍ରଧାନ ଆଡିପେକ୍ ୨୦୧୯ କାର୍ଯ୍ୟକ୍ରମ ଅଧୀନରେ ଯୋଗ ଦେଇଥିବା ଅନ୍ତର୍ଜାତୀୟ ଉର୍ଜା ସଂଗଠନର ମୁଖ୍ୟ ଏବଂ ବିଶ୍ୱ ତୈଳ ଓ ଗ୍ୟାସ କମ୍ପାନୀର ସିଇଓଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି ।

ମଧ୍ୟପୂର୍ବ ଦେଶ ଗୁଡିକରେ ଇସ୍ପାତ୍ ଯୋଗାଣର ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବେ ।

  • Share this:ଭୁବନେଶ୍ୱର : କରୋନା ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ସ୍କୁଲ କଲେଜ ବନ୍ଦ ରହିଛି । ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ । ତେବେ ଦୁଃଖ ଓ ପରିତାପର ବିଷୟ କରୋନା ଭଳି...
  • Share this:ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଶ୍ରୀ ବିଷ୍ଣୁପଦ ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ଡ....
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ । ଅଦ୍ୟ ମକର ରାଶିର ଘାତବାର  ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୪/୩୮ ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୦୯ ରାହୁକାଳ – ଦିବା ଘ ୦୩/୦୬ ରୁ ଦିବା ଘ ୦୪/୪୩...
  • Share this:ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଗହ୍ମା ବା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇ ଏହି ପବିତ୍ର...
  • Share this:ଭୁବନେଶ୍ୱର:ଉଭୟ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଯୁବମାରଣ ନୀତି ବିରୋଧରେ ସ୍ୱରୋତୋଳନ କରିବା ପାଇଁ ଓଡ଼ିଶା ପ୍ରଦେଶଯୁବ କଂଗ୍ରେସ ପକ୍ଷରୁ ଡିଜିଟାଲ ପ୍ଲାଟ୍‌ଫର୍ମ ଜରିଆରେ ଇ-କ୍ୟାମ୍ପେନ ‘ଭଏସ ଅଫ୍‌ ଓଡ଼ିଶା’ ଯୁବ ବିରୋଧୀ...

RELATED BY