ନାଟ ନାଟୁଆ ସମ୍ମାନ-୨୦୨୬

ସମ୍ବଲପୁର : ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ସମନ୍ୱୟ ସମିତି, ” ନାଟ ନାଟୁଆ ” ପକ୍ଷରୁ ଦୀର୍ଘ 5 ବର୍ଷ ଧରି ବିଶ୍ୱ ନାଟ୍ୟ ଦିବସ ମାର୍ଚ୍ଚ 27 ଦିନ ପାଳନ କରିଆସୁଛି l ଏହି ଅବସରରେ ସାରା ବିଶ୍ୱରେ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଉଥିବା ବେଳେ ସମ୍ବଲପୁର ସହରରେ ମଧ୍ୟ “ନାଟ ନାଟୁଆ ” ଏହି ଉତ୍ସବ ପାଳନ କରିବା ସହ ନାଟକ ସମ୍ବନ୍ଧିତ ଏକ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରିଆସୁଛି l ଏଥି ସହ ନିଜର ବ୍ୟସ୍ତ ବହୁଳ ତଥା ସାମାଜିକ ଜୀବନ ର ବ୍ୟସ୍ତତା ଭିତରେ ନାଟକ କ୍ଷେତ୍ରରେ ନିଜକୁ ସାମିଲ କରି ଦେଇଥିବା ଅବଦାନ କୁ ଉପଲବ୍ଧି କରି ” ନାଟ ନାଟୁଆ ” ଅନେକ ବିଶିଷ୍ଠ ନାଟ୍ୟ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରିଆସିଛି l ଏଥି ସହ ବିଶେଷ ଭାବରେ ଅନେକ ନାଟ୍ୟ ସଂଗଠକ ତଥା ମଞ୍ଚ ପଛର ନାୟକ ଥାଆନ୍ତି ଯେଉଁମାନଙ୍କର ନାଟକ ର ସଫଳତା ବହୁତ ଥାଏ ଏବଂ ସେମାନେ ସବୁଦିନ ସେମିତି ପ୍ରଚ୍ଛଦ ରେ ହିଁ ରହିଯାଆନ୍ତି l ସେଇ ମାନଙ୍କୁ ବି ବିଶେଷ ସମ୍ମାନ ଦେବାକୁ ଚିନ୍ତା କରିଆସୁଛି ” ନାଟ ନାଟୁଆ ” l ସେଇ କ୍ରମରେ ଏଇ ବର୍ଷ 2026 ରେ ନାଟକ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ନାଟ୍ୟ ଅଭିନେତ୍ରୀ କନକଲତା ମହାନ୍ତି ( ଡଲି ) ଙ୍କୁ “ନାଟ୍ୟ ଭବଭୁତି ସମ୍ନାନ ” ରେ ସମ୍ବର୍ଦ୍ଧିତ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନାଟକ ର ପ୍ରଚ୍ଛଦ ରେ ରହି ନାଟକ କୁ ସଫଳତାର ଶୀର୍ଷ ରେ ପହଞ୍ଚାଇଥିବା ମଞ୍ଚ ସଜ୍ଜା ଶିଳ୍ପୀ,ନାଟ୍ୟ ସଂଗଠକ ତଥା ଅଭିନେତା ଅଶୋକ କୁମାର ମିଶ୍ର ଙ୍କୁ ” ନାଟ ନାଟୁଆ ” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ସମନ୍ୱୟ ସମିତି ପକ୍ଷରୁ ସଂଯୋଜକ ସୂର୍ଯ୍ୟ କୁମାର ପାଣିଗ୍ରାହୀ, ଯୁଗ୍ମ ସଂଯୋଜକ ବିରୁପାକ୍ଷ ପ୍ରଧାନ ଓ ଅତିଶ କୁମାର ଶତପଥି ଏକ ପ୍ରେସ ବିବୃତି ରେ ସୂଚନା ପ୍ରଦାନ କରିଛନ୍ତି l