ସରକାରଙ୍କ ଯଦି ସାମାନ୍ୟ ମାନବିକତା ଥିବ ତେବେ ତେବେ ତୁରନ୍ତ ଏହି ଗୋତି ପ୍ରଥା କୁ ବନ୍ଦ କରନ୍ତୁ : ଭକ୍ତ ଦାସ
ଭୁବନେଶ୍ୱର : ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ରାଜ୍ୟସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ । ଆଉଟ ସୋର୍ସିଙ୍ଗ କର୍ମଚାରୀମାନେ ସରକାରଙ୍କ ଦ୍ୱାରା ଶୋଷିତ ହେଉଛନ୍ତି । ଏହା ଗୋତି ପ୍ରଥା ସହିତ ସମାନ । ଏହି ପ୍ରଥାକୁ ତୁରନ୍ତ ଉଛେଦ କରି ସେମାନଙ୍କ ଚାକିରୀକୁ ନିୟମିତ କରିବାକୁ ଦାବି କରିଛନ୍ତି । ସରକାର ଯଦି ମାନବିକତା ଦୃଷ୍ଟିରୁ ଏହା ନକରନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରିବାପାଇଁ ସେ ଆହ୍ୱାନ ଦେବା ସହିତ ଏହାକୁ କଂଗ୍ରେସ ପ୍ରତ୍ୟକ୍ଷ ଭାବରେ ଏହି ଆନ୍ଦୋଳନ କୁ ସମର୍ଥନ ଦେବ ବୋଲି ଶ୍ରୀ ଦାସ ଘୋଷଣା କରିଥିଲେ । ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କଡମ ଏଥିରେ ଯୋଗ ଦେଇ ଏହି ଆନ୍ଦୋଳନ କୁ ସମର୍ଥନ ଦେବା ସହିତ କର୍ମଚାରୀ ମାନଙ୍କ 3 ଦଫା ଦାବି ପୂରଣ ପାଇଁ ବିଧାନସଭାରେ ଦାବି କରିବେ ବୋଲି ଘୋଷଣା କରିଥିଲେ । ଦଳର ମୁଖ୍ୟ ସଚେତକ ରାଜନ ଏକ୍କା, ବିଧାୟକ ସତ୍ୟନାରାୟଣ ଗମାଙ୍ଗ, କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନ ର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ମଧ୍ୟ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।