ବିଶ୍ୱକପ୍‌ ହକି ଆୟୋଜନ ନିମନ୍ତେ ଶେୁଭଚ୍ଛା ଜଣାଇଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ହେବାକୁ ଯାଉଥିବା ହକି ବିଶ୍ୱକପ୍‌-୨୦୨୩ ଉପଲକ୍ଷେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ  ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖୀନ୍ଦର ସିଂହ ସୁଖୁଙ୍କୁ ସାକ୍ଷାତ କରି ସାଦର ନିମନ୍ତ୍ରଣ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖୀନ୍ଦର ସିଂହ ସୁଖୁଙ୍କୁ ଭେଟି ନିମନ୍ତ୍ରଣ କରିବା ଅବସରରେ ହକି ଇଣ୍ଡିଆ ଟି-ସାର୍ଟ ଓ ଏକ ରୂପାର ଅଶୋକଚକ୍ର ପ୍ରଦାନ କରିଥିଲେ । ନିମନ୍ତ୍ରଣ ପାଇ ଶ୍ରୀ ସୁଖୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ୱକପ୍‌ ହକି ଆୟୋଜନ ନିମନ୍ତେ ଶେୁଭଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *