ମୋଦି ଏଭଳି ଏକ ବ୍ୟକ୍ତି ଯିଏକି କେବଳ କଥା କୁହନ୍ତି ନିଜର ଗୋଟିଏ କଥାକୁ ରକ୍ଷା କରିପାରନ୍ତି ନାହିଁ

ଭୁବନେଶ୍ୱର:ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଦାନୀ ମହା ଘୋଟଲାର ଜେପିସି ତଦନ୍ତ ଦାବିରେ ହଜାର ହଜାର କଂଗ୍ରେସ କର୍ମୀଙ୍କ ଦ୍ୱାରା ରାଜଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶୁଭେନ୍ଦୁ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ମୋଦି-ଆଦାନୀ ମେଣ୍ଟର ମହା ଦୁର୍ନୀତିର ସମସ୍ତ କଥାକୁ ଗାଁକୁ ନେବାକୁ ପଡ଼ିବ । ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ ମୋଦାନୀ ମେଣ୍ଟ ଭାରତବର୍ଷର ଏଲଆଇସି ଓ ବ୍ୟାଙ୍କର ପ୍ରବୁତ କ୍ଷତି କରସାରିଲାଣି । ଭାରତ ବର୍ଷର ଗରିବ ଖଟିଖିଆ ଲୋକଙ୍କ ପଇସାକୁ ମୋଦାନୀ ଭିତରେ ବାଣ୍ଟି ଦିଆଯାଉଛି । ଶ୍ରୀ ଜୟଦେବ ଜେନା ୨୦୧୪ ମସିହାରେ ଦେଇଥିବା ପ୍ରତିଶୃତିକୁ ମନେପକାଇ କହିଥିଲେ ମୋଦି ଏଭଳି ଏକ ବ୍ୟକ୍ତି ଯିଏକି କେବଳ କଥା କୁହନ୍ତି ନିଜର ଗୋଟିଏ କଥାକୁ ରକ୍ଷା କରିପାରନ୍ତି ନାହିଁ । ୨୦୧୪ ମସିହାରେ ଗ୍ୟାସର ଦାମ ୪୧୦ ଟଙ୍କା ଥିଲା ଆଜି ୧୧୩୦ ଟଙ୍କା । ସାଧାରଣ ଲୋକଙ୍କ ପାଖରୁ ଅଧିକ ପଇସା ଆଦାୟ କରି ନରେନ୍ଦ୍ର ମୋଦି ଆଦାନୀକୁ ପୋଷିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଅସମ୍ଭବ ନୀରବତା ଏହି ସମସ୍ତ ପ୍ରକରଣ ଉପରେ କୁହେଳିକା ସୃଷ୍ଟି କରିଛି । କଂଗ୍ରେସ ଦଳ ଭାରତବର୍ଷର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ ଏବଂ ଦେଶର ସଂପତିକୁ ରକ୍ଷା କରିବାପାଇଁ ଜନସାଧାରଣଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସଂସଦ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଆଜି ଲଢ଼େଇ କରୁଛି । ଆଜି ଯେଉଁ ଭାରତବର୍ଷ ଆମେ ଦେଖୁଛୁ ତାହା ବିଗତ ଦିନର ସରକାର ଏବଂ ଦେଶର ଚିନ୍ତାନାୟକମାନଙ୍କର କଠିନ ପରିଶ୍ରମର ଫଳ । ମୋଦିଙ୍କ ଅପରିଣାମଦର୍ଶି ନିଷ୍ପତି ଯୋଗୁଁ ଦେଶରେ ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ବିପର୍ଯ୍ୟୟ ସୃଷ୍ଟି କରିଛି । ଏକ ସରକାର ଓ ତାଙ୍କ ଦଳ ଦ୍ୱାରା ଯେଉଁଭଳି ଭାବରେ ଭାରତବର୍ଷର ହିଂସା, ଘୃଣା ଓ ବିଦ୍ୱେଶ ସୃଷ୍ଟି କରିବାରେ ଲାଗିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏଥିପାଇଁ ଏକ ଦାୟୀତ୍ୱ ସଂପନ୍ନ ବିରୋଧି ଦଳ ହିସାବରେ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟୀତ୍ୱକୁ କଂଗ୍ରେସ ଦଳ ନିର୍ବାହ କରିବାରେ ବଦ୍ଧପରିକର । ଠିକ୍ ଏହି ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ସମସ୍ତ ସଂପତି ଏବଂ ଦେଶର କୋଟି କୋଟି ଜନସାଧାରଣଙ୍କ ଷ୍ଟେଟବ୍ୟାଙ୍କ ଓ ପଂଜାବ ନ୍ୟାସନାଲ ବ୍ୟାଙ୍କରେ ଥିବା ସଂଚୟ ରାଶି ଓ ଏଲଆଇସି ଭଳି ସଂସ୍ଥାରେ ଥିବା ଜମା ପୁଞ୍ଜିକୁ ନିଜର କ୍ଷମତା ବଳରେ ଆଦାନୀ ବ୍ୟବସାୟରେ ନିବେଶ କରିବାପାଇଁ ଚାପ ସୃଷ୍ଟିକରି ସାଧାରଣ ଜନତାଙ୍କ କଷ୍ଟ ଅର୍ଜିତ ଧନକୁ ଏକ ବୃହତ ଠକ ହାତରେ ଟେକି ଦେଇଛନ୍ତି । ୨୦୧୪ ମସିହା ବେଳକୁ ଗୌତମ ଆଦାନୀଙ୍କର ସ୍ଥାନ ବିଶ୍ୱ ଧନୀ ତାଲିକାରେ ୬୦୯ ଥିଲା । ତାଙ୍କର କମ୍ପାନୀର ସମୁଦାୟ ବ୍ୟବସାୟୀକ ସଂପତି ୫୨ ହଜାର କୋଟି ଟଙ୍କା ଥିଲା କିନ୍ତୁ ଏହି ୯ବର୍ଷ ଭିତରେ ୨୦୨୨ ମସିହା ଶେଷ ସୁଦ୍ଧା ଗୌତମ ଆଦାନୀ ବିଶ୍ୱରେ ତୃତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ । ଏହି ୯ ବର୍ଷ ଭିତରେ ଆଦାନୀ ଗ୍ରୁପର ବ୍ୟବସାୟୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲମ୍ବି ଯାଇଛି । ଯଥା ବନ୍ଦର, ଜାତୀୟ ରାଜପଥ, ବିମାନ ବନ୍ଦର, ସିମେଣ୍ଟ, ରେଳ, କଣ୍ଟେନର, ବିଦ୍ୟୁତ ଆବଣ୍ଟନ, ତାପଜ ଶକ୍ତି ବିଦ୍ୟୁତ ଉତ୍ପାଦନ, ପ୍ରଦ୍ୟୁଷଣ ମୁକ୍ତ ଶକ୍ତି ଉତ୍ପାଦନ, ସାମରିକ ଯନ୍ତ୍ରାଂଶ ଏବଂ ଖାଦ୍ୟ ଦ୍ରବ୍ୟ ଇତ୍ୟାଦି ।
ଏହି ୯ ବର୍ଷ ଭିତରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତ ବର୍ଷର ସମସ୍ତ ଜାତୀୟ ସଂପତି ତାଙ୍କ ହାତକୁ ଟେକି ଦେଇଛନ୍ତି । ଯଦ୍ୱାରାକି ଭାରତ ବର୍ଷର ପୁଞ୍ଜିବାଦ ଅଭ୍ୟୁଦୟ ହୋଇଛି । ବିଶେଷ ଭାବରେ ନରେନ୍ଦ୍ର ମୋଦି ନିଜର ବ୍ୟକ୍ତିଗତ ସଂପର୍କ ଯୋଗୁଁ ଆଦାନୀ ଓ ଆମ୍ବାନୀଙ୍କୁ ବହୁ ଭାବରେ ଲାଭ ପହଞ୍ଚାଉଛନ୍ତି । ଆଦାନୀ ଗ୍ରୁପର ୨୦୧୭-୧୮ ଆର୍ଥିକ ବର୍ଷରେ ୬ଟି ସୂଚୀବଦ୍ଧ କମ୍ପାନୀ ଥିବା ବେଳେ ସମୁଦାୟ ବ୍ୟବସାୟୀକ ଟର୍ନଓଭର ୭୭ ହଜାର କୋଟି ଟଙ୍କା ଥିଲା । ଏଥିରୁ ଅପରେଟିଂ ପ୍ରଫିଟ ୨୦୧୪୧ କୋଟି ଥିବା ବେଳେ ନେଟ ଲାଭ ୩୪୫୫ କୋଟି ଥିଲା । ମାତ୍ର ୪ବର୍ଷ ଭିତରେ ୨୦୨୨ ଶେଷ ବେଳକୁ ଏହି କମ୍ପାନୀ ୧୮ଲକ୍ଷ କୋଟିର ସଂପତି ସୃଷ୍ଟି କରି ବିଶ୍ୱର ନମ୍ବର ୨ ଧନୀ ହୋଇଯିବା ମାତ୍ର ଏକ ସଂଯୋଗ ନା ପ୍ରୟୋଗ ।  ମନେଥିବ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବାପରେ କହିଥିଲେ ହମ ଖାଉଁଗା ନା ଖାନେ ଦେଉଁଗା କିନ୍ତୁ ୯ ବର୍ଷ ଭିତରେ ଭାରତ ବର୍ଷର ଲକ୍ଷ ଲକ୍ଷ କୋଟି ଟଙ୍କାକୁ ଆଦାନୀ-ଆମ୍ବାନୀ ମାଧ୍ୟମରେ ଲୁଟ କରିଛନ୍ତି ଏବଂ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଇଲୋକ୍ଟ୍ରୋରାଲ ବଣ୍ଡ । ଆଦାନୀ ଇନଫାଷ୍ଟ୍ରଚର, ଆଦାନୀ ପାୱାର, ଆଦାନୀ ଗ୍ରୀନ ଏନରଜି, ଆଦାନୀ ଟ୍ରାନ୍ସମିସନ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ପୋଟସ୍‌, ଆଦାନୀ ଉଇଲମାର ଆଦି କମ୍ପାନୀ ସମୁହ ଷ୍ଟକ ହେରଫେର, ମନି ଲଣ୍ଡେରିଂ, ଫ୍ରଡ୍ ଆକାଉଣ୍ଟିଂ ଏବଂ ବିଦେଶୀ ଜାଲ କମ୍ପାନୀ ମାନଙ୍କ ଜରିଆରେ ବ୍ୟାପକ ମାତ୍ରାରେ ହେରଫେର କରି କମ୍ପାନୀ ସମୁହର ସେୟାର ପ୍ରାଇସ ଅହେତୁକ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ । ଅପ୍ରାକୃତିକ ଓ ଅସାଧୁ ଉପାୟରେ ସେୟାର ମୂଲ୍ୟ ବୃଦ୍ଧି କରି ଉକ୍ତ ସେୟାରକୁ ଷ୍ଟେଟବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଲଆଇସି ଭଳି ସଂସ୍ଥାମାନଙ୍କ ପାଖରେ ବନ୍ଧକ ରଖି ହଜାର ହଜାର କୋଟି ଟଙ୍କା ଋଣ ନେଇ ବ୍ୟବସାୟରେ ନିବେଶ କରିଛନ୍ତି ଯାହାକି ସଂପୂର୍ଣ୍ଣ ବେଆଇନ ଅଟେ । ଜାନୁଆରୀ ୨୪ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଭାରତବର୍ଷ ଏବଂ ସାରା ବିଶ୍ୱରେ ପୁଞ୍ଜି ବଜାର ଏବଂ ନିବେଶକ ମାନେ ବହୁ ଚିନ୍ତାରେ ପଡ଼ିଛନ୍ତି । ହିଣ୍ଡେନବର୍ଗ ରିପୋଟରେ ଆଦାନୀ ଗ୍ରୁପ ଅଫ କମ୍ପାନୀର ସେୟାରକୁ ଜାଣିସୁଣି ବହୁ ମୂଲ୍ୟ ବଢ଼ାଯାଇଛି ଏବଂ ଆଦାନୀ ଗ୍ରୁପର ଋଣ ପରିଶୋଧ କରିବା ଏବଂ ଲିକୁଇଡିଟି ସ୍ଥିତି ଏବଂ ସାମଗ୍ରିକ ଏକାଉଟିକିଂ ନୀତିନିୟମକୁ ପାଳନ କରାଯାଇ ନାହିଁ ବୋଲି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଏପରିକି ମରିର୍ସସ ଏବଂ ଅନ୍ୟବହୁ ଦେଶରେ ଟ୍ୟାକ୍ସ ହେଭେନ ଦେଶରେ ସେଲ କମ୍ପାନୀ (ମିଛ କମ୍ପାନୀ) ସୃଷ୍ଟି କରି ତାହାରି ମାଧ୍ୟମରେ ବିଦେଶରୁ କୋଟି କୋଟି ଟଙ୍କା ନିଜ କମ୍ପାନୀରେ ପୁଞ୍ଜି ବିନିଯୋଗ କରାଇ ବଜାରରେ ନିଜ ସେୟାର ଦାମ ବହୁ ପରିମାଣରେ ବୃଦ୍ଧି କରି ନିବେଶକ ମାନଙ୍କୁ ଲକ୍ଷ କୋଟି କୋଟି ଟଙ୍କା ଠକିଛନ୍ତି ବୋଲି ରିପୋର୍ଟରେ କହିଛନ୍ତି । ଏପରିକି ଭାରତବର୍ଷର ଜାତୀୟ ବ୍ୟାଙ୍କମାନେ ୮୦ ହଜାର କୋଟି ଟଙ୍କା ଆଦାନୀ ଗ୍ରୁଫ କମ୍ପାନୀରେ ପୁଞ୍ଜି ବିନିଯୋଗ କରିଛନ୍ତି । ଏଲଆଇସି ୩୬ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିଛି । ଏ ସମସ୍ତ ପୁଞ୍ଜି ବିନିଯୋଗ ସରକାରଙ୍କର ବିନା ଅନୁମତି ଓ ଚାପ ପ୍ରୟୋଗ ବିନା ଏହା ସମ୍ଭବ ହେବ ନାହିଁ । ଆଦାନୀ ଗ୍ରୁପର ସସସ୍ତ କମ୍ପାନୀର ନେଟ ଓର୍ଥ ତିନିବର୍ଷ ତଳେ ମାତ୍ର ୨୦ ବିଲିୟନ ଡଲାର ଥିବା ବେଳେ ଏହି ତିନିବର୍ଷ ଭିତରେ ଏହା ୧୦୦ ବିଲିୟନ ଡଲାର ବୃଦ୍ଧି ପାଇ ଆଜିର ଦିନରେ ୧୨୦ ବିଲିୟନ ଡଲାରେ ପହଞ୍ଚିଛି । ଏତେବଡ଼ ଅଭିଯୋଗ ସତ୍ୱେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଡାଇରେକ୍ଟର ଅଫ ରେଭିନ୍ୟୁ ଇଂଟେଲିଜେନ୍ସ, ସେବି, ଆରବିଆଇ, ଇଡି, କମ୍ପିଟିସନ ଅଥରିଟି ଅଫ ଇଣ୍ଡିଆ ଏବଂ ଇନକମ ଟ୍ୟାକ୍ସ ଆଦି ବିଭାଗ ସମସ୍ତେ ଚୁପ ବସିଯାଇଛନ୍ତି ଏବଂ କୌଣସି ତଦନ୍ତ କରାଯାଉ ନାହିଁ କାହିଁକି । ଆଦାନୀ ଗ୍ରୁପ ସମୁହର ସମୁଦାୟ ଋଣର ପରିମାଣ ୨.୫ ଲକ୍ଷ କୋଟି ଟଙ୍କା ଯାହାକି ଭାରତୀୟ ବ୍ୟାଙ୍କ ସମୁହ ପ୍ରଦାନ କରିଛନ୍ତି । ଯଦି କମ୍ପାନୀ କ୍ଷତିଗ୍ରସ୍ତ ହେଉଛି ତାହାଲେ ସମସ୍ତ ଟଙ୍କା ଡୁବି ଯିବାର ସମ୍ଭାବନା ରହିଛି ଯାହାକି ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ୱସ୍ତ କରିବାକୁ ସକ୍ଷମ । ପିତଳ ଉପରେ ସୁନା ପାଣି ଦେଇ ୨୪ କ୍ୟାରେଟ ସୁନା କହି ଠକେଇ କରି ବିକ୍ରୀ କରିବା ଯାହା ୧୦୦ ଟଙ୍କା ମୂଲ୍ୟର ସେୟାରକୁ ଅସାଧୁ ଉପାୟରେ ୨୦୦୦ ଟଙ୍କାରେ ପହଞ୍ଚାଇବା ସେୟାର ଏବଂ ଏହି ସେୟାରକୁ ବନ୍ଧକ ରଖି ବ୍ୟାଙ୍କ ଆଦାନୀ ଗ୍ରୁପକୁ ଋଣ ଦେବା ଏ ଶତାବ୍ଦିର ସବୁଠାରୁ ବଡ଼ ଆର୍ଥିକ ଠକେଇ ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନିରବ । ଏପରିକି ମରିସସ୍‌ରୁ ଏକ ନିର୍ଦ୍ଦିଷ୍ଟ ସେଲ କମ୍ପାନୀ ମାଧ୍ୟମରେ ୪୮ ହଜାର କୋଟି ଆଦାନୀ କମ୍ପାନୀରେ ପୁଞ୍ଜି ବିନିଯୋଗ ହୋଇଥିଲା ବେଳେ ଏ କମ୍ପାନୀର ଠିକଣା ଓ କାରବାର ବିଷୟରେ କୌଣସି ସୂଚନା ନାହିଁ ଏବଂ ମିଳୁ ମଧ୍ୟ ନାହିଁ । ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଏହିସବୁ ସେଲ କମ୍ପାନୀ ମାଧ୍ୟମରେ ଲକ୍ଷ ଲକ୍ଷ କୋଟି ଟଙ୍କାର ମନିଲଣ୍ଡିରିଂ ହେଉଛି ଏବଂ ହେଉଥିଲା । ଆଦାନୀ ସଂପର୍କିତ ଲୁଟର ଅଭିଯୋଗ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ସଂସଦ ଏବଂ ସଂସଦ ବାହାରେ ବାରମ୍ବାର ସରକାରଙ୍କୁ ଚେତାଇଥିଲେ ଏବଂ ସେଥିରୁ ନିବୃତ ରହିବା ପାଇଁ ଚେତାଇଥିଲେ । କିନ୍ତୁ ଖୋଦ ନରେନ୍ଦ୍ର ମୋଦି ଏବଂ ବିଜେପି ଦଳର ନେତୃବୃନ୍ଦ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଆପେକ୍ଷ କରିବା ସହିତ ସଂସଦରେ ସେ ଅଦାନୀ ମହାଠକେଇ ଉପରେ ଦେଇଥିବା ବକ୍ତବ୍ୟକୁ ସଂସଦୀୟ ବିବରଣୀରୁ ବାଦ ଦିଆଯିବା ଅତ୍ୟନ୍ତ ନିନ୍ଦନୀୟ । କଂଗ୍ରେସ ଦଳ ଆଦାନୀ ସହିତ ଏହି ଅର୍ଥନୈତିକ କାରବାର ଓ ମହା ଠକେଇର ସତ୍ୟତାକୁ ଜାଣିବାପାଇଁ ଏକ ଜଏଂଟ ପାର୍ଲ୍ୟାମେଂଟାରୀ କମିଟି ଦ୍ୱାରା ତଦନ୍ତ କରିବକୁ ଦୃଢ଼ ଦାବି ଉପସ୍ଥାପନ କରୁଛି । ଭାରତବର୍ଷର ଇଡି, ସିବିଆଇ, ଇନକମ ଟ୍ୟାକ୍ସ, ଡାଇରେକ୍ଟର ଅଫ ରେଭିନ୍ୟୁ ଇଂଟେଲିଜେନ୍ସ ଏପରିକି ସେବି ଏ ସମସ୍ତ ଘଟଣାର ତଦନ୍ତ କରୁ ନାହିଁ । ଭାରତ ବର୍ଷର ସଂପତିକୁ ଲୁଟ କରିବା, ବ୍ୟାଙ୍କ ଓ ଏଲଆଇସିରେ ଗରିବ ଲୋକଙ୍କ ସଂଚିତ ଅର୍ଥକୁ ଆଦାନୀ ଗୋଷ୍ଠି ସମୁହ ଦ୍ୱାରା ହରିଲୁଟ କରି ଅମୃତ କାଳ କହିବା କେତେ ଯୁକ୍ତିଯୁକ୍ତ । ଏହା ଅମୃତ କାଳ ନୁହେଁ କେବଳ ମିତ୍ର କାଳ । ସୋମବାର ଦିନ ଏହି ରାଜଭବନ ଘେରାଉ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସର୍ବଶ୍ରୀ ଶରତ ରାଉତ, ସୁଶିଳା ତିରିଆ, ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ବିଜୟ କୁମାର ପଟ୍ଟନାୟକ, ଶିବାନନ୍ଦ ରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ଡ. ସିଏସ ରାଜନ ଏକ୍କା, ଲଲାଟେନ୍ଦୁ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଅଂଶୁମାନ ମହାନ୍ତି, ଜଗନ୍ନାଥ ପଟ୍ଟନାୟକ, ସୁରେଶ ମହାପାତ୍ର, ସସ୍ମିତା ବେହେରା, କୁମାର ଶ୍ରୀ ଚିରଞ୍ଜିବୀ, ବନ୍ଦିତା ପରିଡ଼ା, ମାନସ ଚୌଧୁରୀ, ବିଭୁତି ମିଶ୍ର, ନବଜ୍ୟୋତି ପଟ୍ଟନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଯୁଧିଷ୍ଠୀର ଜେନା, ଭୁଜବଳ ମାଝୀ, ଲୋକନାଥ ମହାରଥି, ରଜତ ଚୌଧୁରୀ, ପ୍ରକାଶ ଜେନା, ଚିନ୍ମୟ ବେହୁରା, ୟାସିର ନୱାଜ, ଶ୍ରୀନିବାସ ରାଉତରା, ମାନସ ଆଚାର୍ଯ୍ୟ, ବିରେନ ସେନାପତି, ଦୁର୍ଗାପ୍ରସାଦ ପାଢ଼ୀ, ହରଦିପ ସିଂ, ବିଧୁଭୂଷଣ ତ୍ରିପାଠୀ, ସେମ ହେମ୍ବ୍ରମ, ରଜନୀ ମହାନ୍ତି, ଜୟନ୍ତ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ଜୟନ୍ତ କୁମାର ସାହୁ, ପ୍ରଶାନ୍ତ ଶତପଥି,ଦୀପକ କୁମାର ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ଘାଷିରାମ ମାଝୀ, ଜିତେନ୍ଦ୍ର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ମହାନ୍ତି, ନବୀନ ଚନ୍ଦ୍ର ନାରାୟଣ ଦାସ, ନକୁଳ ନାୟକ, ରବିନ୍ଦ୍ର କୁମାର ମଲ୍ଲିକ, ମନୋରଞ୍ଜନ ଦାଶ, ଅଶ୍ୱିନୀ ଗୁରୁ, ମୋତିଲାଲ ଦାସ, ନଟବର ବାରିକ, ରାଜେନ୍ଦ୍ର କୁମାର ଛତ୍ରିଆ, ପ୍ରଦୀପ୍ତ କୁମାର ଦାସ, ପ୍ରଦୀପ ଦେବତା, ଅମିୟ ପଟ୍ଟନାୟକ, ଅଶୋକ ଦାସ, ଜିଆଉଲ ହକ, ବାଙ୍କନିଧି ବେହେରା, ଯୋଗୀନାଥ ବାହୁବଳେନ୍ଦ୍ର, ରଣଜିତ ଦାଶ, ପଦ୍ମାକର ଗୁରୁ, ଜୟନାରାୟଣ ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ରାଜୀବ ପଟ୍ଟନାୟକ, ଜୟନ୍ତ ଭୋଇ, ବଟକୃଷ୍ଣ ରାଉତରାୟ, ସନ୍ତୋଷ ନନ୍ଦ, ବେଣୁଧର ଭୋଇ, ପ୍ରକାଶ ମିଶ୍ର, ଭାରତଭୂଷଣ ବେମାଲ, ପୁଲିନ ପୁହାଣ, ଦୁର୍ଗା ପଣ୍ଡା, ମନୋରଞ୍ଜନ ତ୍ରିପାଠୀ, ବିସ୍ମୟ ମହାପାତ୍ର, ଉମେଶ ସୋରେନ, ନିରୁପମା ଦାସ, ବେଣୁମାଧବ ତ୍ରିପାଠୀ, ଅଜୟନ୍ତୀ ପ୍ରଧାନ, ରବି ରାୟ, ମନୋଜ ରାଉତ, ଲିଙ୍ଗରାଜ ସାହୁ, କିଷାନ ପଣ୍ଡା, ଅକ୍ଷୟ ଆଚାର୍ଯ୍ୟ, କନକଲତା ମଲ୍ଲିକ, ରୁପାଦିପ୍ତା ମହାପାତ୍ର, ଦିପ୍ତିରାଣୀ ପ୍ରଧାନ, ରଶ୍ମି ମହାପାତ୍ର, ସୁବ୍ରତ ମହାପାତ୍ର, ପ୍ରଦୀପ ମହାପାତ୍ର, ମନିଷା ତ୍ରିପାଠୀ, ଜୟକୃଷ୍ଣ ମଲ୍ଲିଆ, ଜୟକୃଷ୍ଣ ସୁବୁଦ୍ଧି, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଦେବୀ ପ୍ରସାଦ ବିଶୋୟୀ, ସତ୍ୟବ୍ରତ ନାୟକ, ନରୋତମ ନାୟକ, ରଶ୍ମିରଞ୍ଜନ ପାଢ଼ୀ, ଅନାମ ନାୟକ, ସବିର ହୁସେନ, କୈଳାସ ସାହୁ, ମୋତି କୈବର୍ତ, ତରୁଣ ମିଶ୍ର, ସତ୍ୟସ୍ମିତ ମହାନ୍ତି, ଆଲୋକ ମିଶ୍ର, ନିରଞ୍ଜନ ଲେଙ୍କା, ଜର୍ନାଦନ ଦେହୁରୀ, ପ୍ରଭାତୀ ମିଶ୍ର, ସମ୍ବୁ ପାଣିଗ୍ରାହୀ, ସୁକୁମାର ପ୍ରଧାନ, ସୁବାସିନୀ ମହାକୁଡ଼, ଲଲାଟେନ୍ଦୁ ମିଶ୍ର, ମନୋରଞ୍ଜନ ରାଉତ, ସରୋଜିନୀ ବାକ୍ରା, ସୁଭଦ୍ରା ମିଶ୍ର, ବନଜା ପଣ୍ଡା, ଦେବୀ ପ୍ରସାଦ ବିହାରୀ, ସନ୍ତୋଷ ବିଶ୍ୱାଳ, ବିଶ୍ୱବନ୍ଦିତା କର, ବିଶ୍ୱଜିତ ଦାଶ ଧନ୍ୟବାଦ ଦେଇଥିଲେ ।

5 thoughts on “ମୋଦି ଏଭଳି ଏକ ବ୍ୟକ୍ତି ଯିଏକି କେବଳ କଥା କୁହନ୍ତି ନିଜର ଗୋଟିଏ କଥାକୁ ରକ୍ଷା କରିପାରନ୍ତି ନାହିଁ”

  1. Casino.guru sieht sich als eine unabhängige Informationsplattform über Online Casinos und Online Casinospiele,
    die von keinem Glücksspielanbieter oder irgendeiner anderen Instanz kontrolliert wird.

    Teilen Sie Ihre Meinung mit oder erhalten Sie Antworten auf Ihre Fragen.
    Er hatte wiederholt nach seinem Spielverlauf und seiner Korrespondenz gefragt,
    aber keine Unterlagen erhalten. Die Spielerin bestätigte den Erhalt ihrer Gewinne und bedankte sich für die erhaltene
    Unterstützung.
    Derzeit bieten wir keinen neuen Bonus ohne Einzahlung für bestehende Spieler an,
    aber wir veranstalten wöchentliche Freispiel-Events und andere besondere Boni.

    Sollten die Freispiele weiterhin nicht angezeigt werden,
    wenden Sie sich bitte an unser Support-Team. Ich habe mich speziell für die Freispiele ohne Einzahlung angemeldet, konnte sie aber nicht in meinem Konto sehen.
    Die 250 Freispiele, die im Willkommensbonus-Paket enthalten sind,
    können für eine Vielzahl von Spielautomaten verwendet werden, wie z.
    Wir möchten alle Spieler daran erinnern, dass Glücksspiele süchtig machen können, und es
    ist wichtig, verantwortungsbewusst zu spielen. BDMBet bietet ein unvergleichliches Erlebnis beim Sportwetten mit großzügigen Boni, einer vielfältigen Auswahl an Sportarten und aufregenden Funktionen.

    References:
    https://online-spielhallen.de/bregenz-casino-bewertung-ein-umfassender-testbericht/

  2. To do it, make sure you have money on your account or replenish
    your Bitcoin (or any other cryptocurrency) wallet.
    There are a good number of cryptocurrencies to load your account.
    The maximum depends on the payment method used. The minimal amount of
    withdrawal is A$25. The maximum depends on the payment method.
    The minimal amount of deposit is A$25.
    However, you will have to pay taxes if you have a betting or a
    gambling business and make a bet yourself. According to Australian legislation, winnings from gambling are not subject to
    taxes. Automatically opt-in and qualify for the tournament when they play any slot on the website Ordinary pokies
    have fixed payments, which you can find in the paytable.

    References:
    https://blackcoin.co/classicbig4-casino-holiday-park-in-depth-review/

  3. According to the Interactive Gambling Act (IGA for
    short) that was passed in 2001, online casinos that accept Australian players should technically not exist.

    Older online casinos used to be all about desktop gameplay.
    Instead of being islands unto themselves, Australian online casino sites today actually
    let you play a few multiplayer games as well. Most of us would
    happily redeem a sturdy Australian casino bonus and a
    few free spins on top every time that we visit Aussie online
    casinos. On this page, you will find the best online casinos
    exclusively for Australian players. Most casinos offer free or demo versions of games to new players who are looking to test a game out
    or practice their skills.
    The platform also offers enticing bonus structures, including welcome bonuses and loyalty rewards, making it a thrilling online gaming
    environment. Rakoo Casino offers special promotions, including a generous welcome bonus and free spins,
    enhancing player experience. Queenspins is known for
    its highly intuitive user interface, allowing players to navigate through various games and features effortlessly.
    The platform offers a wide range of games, including
    slots, table games, and live dealer options, catering
    to various gaming preferences. Dundeeslots further elevates the gaming experience with attractive promotional
    deals, including bonuses and free spins. Furthermore,
    live casino games on the platform frequently malfunction, adding to player frustration.

Leave a Reply

Your email address will not be published. Required fields are marked *