ଆଧୁନିକ

ଆଧୁନିକ ସମାଜରେ ଯିଏ ଯେତେ ସଭ୍ୟ, ଶିକ୍ଷିତ ହେଉନା କାହିଁକି, ସେଇ ଅନ୍ଧାରୀ ଆବେଗ (Dark emotions)ର ମୋହ ସମସ୍ତଙ୍କୁ ଆଚ୍ଛନ୍ନ କରି ରଖିଛି । ଆମେ ସମସ୍ତେ ପ୍ରତି ମୁହୂର୍ତ୍ତରେ ଘୃଣା, ଈର୍ଷା, ଲୋଭ ଏବଂ ମୋହର ଶିକାର ହେଉଛନ୍ତି । କିନ୍ତୁ ଏସବୁକୁ ଆମେ ଅବଦମିତ କରି ରଖିଛନ୍ତି ଆମ ଅବଚେତନ ମନର ଆସ୍ତରଣ ତଳେ । ଫଳରେ ଆମେ ସମସ୍ତେ ଜଣେ ଜଣେ ‘ମୁଖାପିନ୍ଧା ମଣିଷ’ ପାଲଟି ଯାଇଛନ୍ତି । ଏଇ ସମାଜରେ ବର୍ତ୍ତମାନ ଜଣେ ବ୍ୟକ୍ତି ବାହାରକୁ ଯାହା ଦେଖାଯାଉଛନ୍ତି, ପ୍ରକୃତରେ ଭିତରେ ସେ ସେଇଆ ନୁହଁନ୍ତି । ଏହା ଆଜିକାଲି ଆମ ଚଳଣିରେ ପରିଣତ ହୋଇଛି । ନହେଲେ ଆମେ ଏ ସଂସାରରେ ମୁହୂର୍ତ୍ତେ ମାତ୍ର ତିଷ୍ଠି ପାରିବାନି । ଏଥିପାଇଁ ନେପୋଲିୟନ୍‍ ସେତେବେଳେ ମଧ୍ୟ କହିଥିଲେ“Place your iron hand inside a velvet glove.”  ଅନ୍ୟକୁ ପ୍ରଲୋଭନ ଦେଖାଇ ପ୍ରତାରିତ କରିବା କେତେବେଳେ କେମିତି ଏକ ସମାଜ ବିରୋଧୀ ଅପରାଧ ବା ପାପ ବୋଲି ବିବେଚିତ ହେଉଥିଲେ ମଧ୍ୟ ଏବେ ଏହା ଆମ ସମାଜରେ ଏକ କୌଶଳ ବା କଳାଭାବେ ବିବେଚିତ ହେଉଛି । ଯିଏ ଯେତେ ପ୍ରକାର ଅନ୍ୟଙ୍କୁ ପ୍ରତାରିତ କରି କାର୍ଯ୍ୟ ହାସଲ କରିପାରିଲା, ସେ ସେତେ ଶକ୍ତିଶାଳୀ ବୋଲି ଏ ସମାଜରେ ବିବେଚିତ ହେଉଛି । ସେଇ ବ୍ୟକ୍ତିର ଚାରିପଟେ ଲୋକମାନେ ଘେରି ରହୁଛନ୍ତି । ପରୋକ୍ଷ ଭାବରେ ଏମାନେ ମଧ୍ୟ ତାଙ୍କୁ ଶକ୍ତିଶାଳୀ କରିଦେଉଛନ୍ତି । ଏବେ ଏ ସମାଜରେ କିଛି ବ୍ୟକ୍ତିଙ୍କ ପାଇଁ ଶକ୍ତିର ଖେଳ ଖେଳିବା ପରୋକ୍ଷ ଭାବରେ ଏକ ଅପରାଧ ।

ସମୀର କୁମାର ସିଂହ : ପ୍ରକାଶକ_ସଂପାଦକ

Leave a Reply

Your email address will not be published. Required fields are marked *