ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ

ଭୁବନେଶ୍ୱର : ବିଳମ୍ବରେ ମୌସୁମୀ ଆସିବା । ଆଜି ସୁଦ୍ଧା ସ୍ୱଭାବିକ ଠାରୁ କମ ବୃଷ୍ଟିପାତ ଯୋଗୁଁ ୧୨ ଟି ଜିଲ୍ଲାର ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ । ଗତ ୧୫ ତାରିଖ ଠାରୁ ମୌସୁମୀ ସକ୍ରୀୟ ଥିଲେ ମଧ୍ୟ ଅନ୍ୟ ୧୮ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ବହୁ ପଛରେ ପଡ଼ିଛି । ବର୍ତମାନ ସୁଦ୍ଧା ୮୦ ପ୍ରତି ଚାଷ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଜଳବାୟୁ ପରିବର୍ତନ ଦ୍ୱାରା କୃଷି କ୍ଷେତ୍ର ପ୍ରଭାବିତ । ଅନେକ ଅଞ୍ଚଳରେ ମରୁଡ଼ିର ପଦଧ୍ୱନୀ । କେନାଲର ତଳ ମୁଣ୍ଡକୁ ପାଣି ଆସୁନାହିଁ । ବାହାଘର ବେଳେ ବାଇଗଣ ରୁଆ ପରି ବର୍ତମାନ କେନାଲ ସଫେଇ କାମ ଚାଲୁଛି । ୧୨ ହଜାରୁ ଅଧିକ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକ ଅଚଳ । ଅନେକ ପ୍ରକଳ୍ପକୁ ବିଜୁଳି ସଂଯୋଗ କରାଯାଇ ନାହିଁ । ସରକାରଙ୍କ ୨୦୦୮ ରୁ ପ୍ରତି ବ୍ଲକକୁ ୩୫% ଜଳସେଚନ ବ୍ୟବସ୍ଥା ଏକ ଧୁଆଁ ବାଣ । ସରକାର ଚଳିତ ଖରିଫରେ ଚାଷୀଙ୍କୁ ୭ଲକ୍ଷ କ୍ୟୁଣ୍ଟାଲ ବିହନ ଯୋଗାଇବାକୁ ଲକ୍ଷ କରିଥିବା ବେଳେ ଏବେ ସୁଦ୍ଧା ୨ଲକ୍ଷ କ୍ୟୁଣ୍ଟାଲ ବିହନ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ । ଅନୁରୂପ ଭାବେ ପଟାସ ଓ ସୁପର ସାର ଅଭାବ । ଏହି ସାରର ଦାମ ଅଧିକ ହେବାରୁ ଚାଷୀ ବର୍ତମାନ କିଣିପାରୁ ନାହାନ୍ତି । ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ସଂପର୍କରେ ନିର୍ଦ୍ଧାରିତ ସମୟରେ ବିଜ୍ଞାପନ ପ୍ରକାଶ କଲେ ନାହିଁ । ବୀମାର ଅବଧି ଅଗଷ୍ଟ ୩୧ ତାରିଖ । ସରକାରଙ୍କ ଅବହେଳାରୁ ଲକ୍ଷାଧିକ ଚାଷୀ ବିମା ଯୋଜନାରୁ ଏବେ ବଞ୍ଚିତ ହେବେ । ସେହିପରି ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ରହିଛି । କିନ୍ତୁ ଏପପର୍ଯ୍ୟନ୍ତ ସାରା ରାଜ୍ୟରେ ୮୦% ଚାଷ କାର୍ଯ୍ୟ ଆରମ୍ଭ ହୋଇନାହିଁ । କିନ୍ତୁ ଚାଷୀ ପଞ୍ଜିକରଣ କରିବେ କିପରି ? ଭାଗଚାଷୀଙ୍କ ସମସ୍ୟା କହିଲେ ନସରେ । ଠିକଣା ସମୟରେ ଚାଷୀ କୃଷି ଋଣ ପାଇବାରୁ ବଞ୍ଚିତ । ତେଣୁ ଚାଷୀଙ୍କ ଏପରି  ସମୟରେ ସରକାର ନିରବଦ୍ରଷ୍ଟା । ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ରାଜ୍ୟର ୭୫ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଘୋଷଣା କରିଥିବା ବେଳେ ବର୍ତମାନ ୪୩ ଲକ୍ଷ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପରିବର୍ତେ ୪ ହଜାର ଟଙ୍କା ଦେଇ ଭଣ୍ଡିଛନ୍ତି । ଫଳରେ ଆଉ ୩୨ ଲକ୍ଷ ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ । ପିଏମକିଷାନ ନିଧି ସହାୟତାରେ ମଧ୍ୟ ରାଜ୍ୟର ୭୫ଲକ୍ଷ ଚାଷୀ ପରିବର୍ତେ ମାତ୍ର ୩୧ଲକ୍ଷ ଚାଷୀ ଏହି ସୁବିଧା ପାଇଛନ୍ତି । ସରକାରଙ୍କ ୧୩ଟି କୃଷି ଯୋଜନା ଓ ୬ଟି ମିଶନ କେବଳ ପ୍ରଚାର ଓ ପ୍ରସାର ସ୍ୱବର୍ସ ହୋଇଛି । ଚାଷୀଙ୍କୁ ଏହାର ସୁଫଳ ମିଳୁନାହିଁ । ରବିବାର ଦିନ ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଜିଲ୍ଳାରେ କୃଷକ ନେତାମାନେ ସେମାନଙ୍କ ଜିଲ୍ଲାରେ ଉପୁଜି ଥିବା ବିଭିନ୍ନ ଚାଷ ଓ ଚାଷ ସମସ୍ୟା ସଂପର୍କରେ ମତବ୍ୟକ୍ତ କରିଥିଲେ । ସରକାରଙ୍କ ଚାଷୀଙ୍କ ପ୍ରତି ଏପରି ଅଣଦେଖାକୁ କିଷାନ କଂଗ୍ରେସ କର୍ମକର୍ତାମାନେ ତୀବ୍ର ନିନ୍ଦା କରିଥିଲେ । ସରକାର ମରୁଡ଼ିର ବିକଳ୍ପ ବ୍ୟବସ୍ଥା ପାଇଁ ତୁରନ୍ତ କଣ୍ଟିଜେଣ୍ଟ ପ୍ଲାନ ପରିବର୍ତେ ଆକ୍ସନ ପ୍ଲାନ ଗ୍ରହଣ କରନ୍ତୁ, ଚାଷୀଙ୍କ ଠାରୁ ସଂପୂର୍ଣ୍ଣ କୃଷି ଋଣ ଛାଡ଼, ପ୍ରଧାନମନ୍ତ୍ରୀ ଫସଲ ବୀମା ସମୟସୀମା ଜୁଲାଇ ୩୧ ତାରିଖ ପରିବର୍ତେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି । ଧାନ ସଂଗ୍ରହରେ ଚାଷୀ ନାମ ପଞ୍ଜିକରଣ ସମୟସୀମା ଅଗଷ୍ଟ ୧୫ ପରିବର୍ତେ ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି, ଚାଷୀଙ୍କୁ ମାଗଣାରେ ବିହନ, ତଳି ଓ ପନିପରିବା ମିନିକିଟ୍‌ସ, ଚାରା ଯୋଗାଣ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକର ଆଶୁ କାର୍ଯ୍ୟକାରୀ । କେନାଲରେ ତଳମୁଣ୍ଡ ପର୍ଯ୍ୟନ୍ତ ଆବଶ୍ୟକୀୟ ପରିମାଣରେ ପାଣି ଯୋଗାଇବା, ନିର୍ଦ୍ଧାରିତ ସମୟରେ ସାର ଓ କୃଷି ଋଣ ଯୋଗାଇ ଦେବାକୁ ଦୃଢ଼ ଦାବୀ କରାଯାଇଛି । ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଅଗଷ୍ଟ ୫ ତାରିଖ ଦିନ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ସହ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏହି ବୈଠକରେ ଦେବେନ୍ଦ୍ର କୁମାର ରାଓ, ବୃନ୍ଦାବନ ଖଟେଇ, ବସନ୍ତ ମିଶ୍ର, ସନ୍ତୋଷ କୁମାର ସାହୁ, ନେତ୍ରାନନ୍ଦ ସାମଲ, ଗୋବିନ୍ଦ ପଟେଲ, ଶ୍ୟାମସୁନ୍ଦର ଡୋରା, ଧୃବଚରଣ ପରିଡ଼ା, ନୂତନ ତ୍ରିପାଠୀ ପ୍ରମୁଖ ରାଜ୍ୟ କମିଟି କର୍ମକର୍ତା ଓ ଜିଲ୍ଲା ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।

5 thoughts on “ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ”

  1. Die besten Casinos in Köln warten auf ihre Kunden und zahlreiche Cafés, Bars und Restaurants, Clubs und Discos helfen, Freizeitaktivitäten auf höchstem Niveau
    zu organisieren. Um dies sicherzustellen, fahren Sie nach Köln, der größten Stadt in Westdeutschland.
    Sagen Sie trotzdem nicht, dass Sie ohne einen Besuch in großen Städten kein vollständiges Bild von Deutschland bekommen. Die Webseiten der Casinos sind in der Regel sehr benutzerfreundlich gestaltet und bieten umfassende Informationen. Dort werden oft auch größere Attraktionen und Unterhaltungsstätten, einschließlich Casinos, gelistet.

    Für allgemeine Informationen über Köln und seine Unterhaltungsangebote kannst du auch die offizielle Tourismus-Website der Stadt Köln konsultieren.
    Die Villa von Perl-Nennig war mit einem prächtigen Fußbodenmosaik ausgeschmückt, das bis heute das größte in situ erhaltene römische Bodenmosaik nördlich der Alpen darstellt.
    In St. Barbara wurde der bereits bestehende Erzabbau durch den Ausbau
    des Emilianus-Stollens intensiviert. Fundstücke befinden sich heute
    im Museum für Vor- und Frühgeschichte in Saarbrücken.

    References:
    https://online-spielhallen.de/cashwin-casino-erfahrungen-meine-detaillierte-bewertung/

  2. As a VIP-only facility, Crown Barangaroo has no poker
    machines. “We expect to be fully open in October as we build the membership base,”
    McGrath said. Crown Barangaroo expects its VIP gaming facility to be fully operational by October after
    opening its doors for the first time on Monday.
    We’re currently looking for experienced food and beverage attendants to join the team.

    Smoking is allowed in the “High Roller” areas on the ground floor, level one of the casino, and levels 29 and
    39 of Crown Towers. The Crown Sydney Casino dealers are knowledgeable about
    the games. The casino staff at Crown Sydney are friendly and helpful.

    References:
    https://blackcoin.co/18_what-is-a-high-roller-at-a-casino-what-high-roller-actually-means_rewrite_1/

  3. Your comprehensive, engaging, and in-depth guide to the ultimate online gaming experience.
    Her Australian background provides a unique angle
    on the casino’s offerings for players from Down Under.
    Reviewing the terms and conditions of the
    casino will help players determine whether their site fits for play.

    From simple table games to creative live gaming events, all
    kinds of players will find something they enjoy. Richardcasino.website is an independent website about online casinos, their bonuses and games.

    Instead, players can access the casino through a mobile browser, which delivers the same experience as the app.

    References:
    https://blackcoin.co/how-to-read-your-rivals-hands-in-poker/

Leave a Reply

Your email address will not be published. Required fields are marked *