ବେଗୁନିଆ ଗଛ ସହିତ ସମସ୍ତେ ପରିଚିତ । ଏହା ଏକ ବହୁ ବର୍ଷୀୟ ବୁଦାଜାତୀୟ ଗଛ । ଏହାର ପତ୍ରକୁ ମକଚିଲେ ଏକ ବିଶିଷ୍ଟ ପ୍ରକାରର ଦୁର୍ଗନ୍ଧ ବାହାରେ । ତେଣୁ ଏହି ଗଛକୁ ପଶୁମାନେ ଖାଆନ୍ତି ନାହିଁ । ବେଗୁନିଆ ଗଛ ଦୁଇ ପ୍ରକାରର ଦେଖିବାକୁ ମିଳେ ନୀଳ ଫୁଲ ଓ ଧଳା ଫୁଲ ଯୁକ୍ତ । ସଂସ୍କୃତରେ ନୀଳ ଫୁଲର ଗଛକୁ ନିର୍ଗୁଣୀ ଓ ଧଳାଫୁଲ ଗଛକୁ ସିନ୍ଧୁ ଓ୍ୟାର କୁହନ୍ତି ।
ମୁଣ୍ଡରୋଗ: ବେଗୁନିଆ ଫଳର ୨-୪ ଗ୍ରାମ ଚୂର୍ଣ୍ଣକୁ ଦିନରେ ଦୁଇଥର ସେବନ କଲେ ସ୍ନାୟୁ ଓ ମୁଣ୍ଡ ସମ୍ବନ୍ଧୀୟ ରୋଗରେ ଲାଭ ମିଳିଥାଏ । ମୁ୍ଣ୍ଡବ୍ୟଥା: ବେଗୁନିଆ ପତ୍ରକୁ ବାଟି କାନ ପଟିରେ ଲେପ ଦେଲେ ମୁଣ୍ଡବ୍ୟଥା ଦୂର ହୁଏ । ଗଳା ରୋଗ ଓ ମୁଖ ଛାଲି: ବେଗୁନିଆ ପତ୍ରକୁ ପାଣିରେ ସିଝାଇ ସେହି ପାଣିକୁ ଛାଣି ସେଥିରେ କୁଳି କଲେ ଲାଭ ମିଳିଥାଏ । ବେଗୁନିଆ ତେଲ ମୁଖ ଓ ଜିଭରେ ଲଗାଇଲେ ମୁଖ ଛାଲି ଠିକ୍ ହୋଇଥାଏ । ଫଟା ଓଠାରେ ବେଗୁନିଆ ତେଲ ଲଗାଇଲେ ଆଉ ଓଠ ଫାଟେ ନାହିଁ । କର୍ଣ୍ଣରୋଗ: ବେଗୁନିଆ ପତ୍ର ରସକୁ ରାଶି ତେଲରେ ସିଝାଇ ଥଣ୍ଡା କରି ଛାଣି ସେହି ତେଲରେ ଅଳ୍ପ ମହୁ ମିଶାଇ ୧-୨ ବୁନ୍ଦ କାନରେ ପକାଇଲେ ସମସ୍ତ କର୍ଣ୍ଣ ରୋଗରେ ଲାଭ ମିଳିଥାଏ । ଗଣ୍ଡ ମାଳା: ବେଗୁନିଆ ଚେରକୁ ବାଟି କପଡ଼ାରେ ଛାଣି ନସ୍ୟ ନେଲେ ଗଣ୍ଡମାଳା ଦୂର ହୋଇଥାଏ । ଜ୍ୱର ରୋଗ: ବେଗୁନିଆ ପତ୍ର ୨୦ ଗ୍ରାମକୁ ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହି ଥଣ୍ଡା କରି ଛାଣି ସେଥିରେ ୨ ଗ୍ରାମ ପିପ୍ପଳୀ ଚୂର୍ଣ୍ଣ ମିଶାଇ ୧୦-୨୦ ଗ୍ରାମ ମାତ୍ରାରେ ଦିନରେ ୩ ଥର ପିଆଇଲେ ଜ୍ୱର ଛାଡ଼ିଯାଇଥାଏ । ମାସିକ ଧର୍ମ ଠକି୍ ନହେଲେ: ବେଗୁନିଆ ମଂଜି ଚୂର୍ଣ୍ଣ ୨ ଗ୍ରାମ ସକାଳେ ଓ ସନ୍ଧ୍ୟା ବେଳେ ସେବନ କଲେ ମାସିକ ଧର୍ମ ଠକି୍ ହୋଇଥାଏ । ଯକୃତ ରୋଗ: ମ୍ୟାଲେରିଆ କାରଣରୁ ଯକୃତ ବଢ଼ିଥିଲେ ବେଗୁନିଆ ପତ୍ର ଚୂର୍ଣ୍ଣ ୨ ଗ୍ରାମ, ହରିଡ଼ା ୧ ଗ୍ରାମ ଗୋ ମୂତ୍ର ୧୦ ମିଲି ମିଶାଇ ସେବନ କଲେ ଯକୃତ ରୋଗ ଠିକ୍ ହୁଏ । ସୁଖ ପ୍ରସବ: ବେଗୁନିଆ ପତ୍ରକୁ ବାଟି ନାଭି ଉପରେ ଲେପ ଦେଲେ ସୁଖରେ ପ୍ରସବ ହୋଇଥାଏ । ପରିସ୍ରା ବନ୍ଦ ହୋଇଗଲେ: ବେଗୁନିଆ ପତ୍ର ୨୦ ଗ୍ରାମକୁ ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ଦିନରେ ତିନିଥର ୧୦-୨୦ ଗ୍ରାମ ମାତ୍ରାରେ ପିଆଇଲେ ଶୀଘ୍ର ପରିସ୍ରା ହୋଇଯାଇଥାଏ । ମାଂସପେଶୀ ଯନ୍ତ୍ରଣା: ବେଗୁନିଆ ଛେଲି ଚୂର୍ଣ୍ଣ ୫ ଗ୍ରାମ କିମ୍ବା ପତ୍ରକୁ ପାଣିରେ କମ୍ ଆଞ୍ଚରେ ଗରମ କରି ୨୦ ଗ୍ରାମ ମାତ୍ରାରେ ଦିନରେ ୩ ଥର ସେବନ କଲେ ମାଂସପେଶୀ ଯନ୍ତ୍ରଣା ଦୂର ହୋଇଥାଏ । ଗୁଧ୍ରସୀ (ସାଇଟିକା): ବେଗୁନିଆ ପତ୍ର ୫୦ ଗ୍ରାମକୁ ପାଣି ସହିତ କମ୍ ଆଞ୍ଚରେ ସିଝାଇ ୫୦ ଗ୍ରାମ କ୍ୱାଥକୁ ପୁଣି ୫୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ଦିନରେ ୨-୩ ଥର ସେବନ କଲେ ଗୁଧ୍ରସୀ ବଥା ଦୂର ହୋଇଥାଏ । କାମଶକ୍ତି ପାଇଁ: ବେଗୁନିଆ ପତ୍ରକୁ ବାଟି କାମେନ୍ଦ୍ରିୟରେ ଲେପ ଦେଲେ ଯୌନାଙ୍ଗ ଶିଥିଳତା ଦୂର ହୁଏ । ପାଦର ନିଷ୍କ୍ରିୟତା: ବେଗୁନିଆ ତେଲ ମାଲିସ୍ କଲେ ଗୋଡ଼ ଓ ପାଦର ନିଷ୍କ୍ରିୟତା ଦୂର ହୋଇଥାଏ । ସମସ୍ତ ରୋଗ ପାଇଁ: ବେଗୁନିଆ ପତ୍ର ରସ ସହିତ ଶିଲାଜିତ୍ ମିଶାଇ ଖାଇଲେ ଏହା ଅମୃତ ଭଳି କାମ କରିଥାଏ । ଘା ରୋଗ: ବେଗୁନିଆ ପତ୍ର ସହିତ ସିଝା ଯାଇଥିବା ତେଲକୁ ଲଗାଇଲେ ଘା’ ଭଲ ହୋଇଯାଏ । ବ୍ରଣ: ବେଗୁନିଆ ପତ୍ର ସିଝା ତେଲ ଲଗାଇଲେ ବ୍ରଣ ଭଲ ହୋଇଥାଏ । ଧନୁଷ୍ଟଙ୍କାର ବାତ: ବେଗୁନିଆ ପତ୍ର ରସ ଦିନରେ ୨-୩ ଥର ପିଆଇଲେ ଧନୁଷ୍ଟଙ୍କାର ବାତ ଠିକ୍ ହୋଇଥାଏ । କାଶ ଓ କଫ: ବେଗୁନିଆ ପତ୍ରକୁ ସିଝାଇ ସେହି ପାଣିକୁ ଥଣ୍ଡା କରି ଛାଣି ପିଇଲେ କାଶ ଓ କଫ ଠିକ୍ ହୁଏ । ଓଠ ଫଟା: ବେଗୁନିଆ ପତ୍ର ସିଝା ତେଲକୁ ଓଠରେ ଲଗାଇଲେ ଓଠ ଆଉ ଫାଟେ ନାହିଁ । ଏକ ଅଙ୍ଗୀ ବାତ: ବେଗୁନିଆ ପତ୍ରକୁ ସୋରିଷ ତେଲରେ ସିଝାଇ ଥଣ୍ଡା କରି ଛାଣି ସେହି ତେଲକୁ ପ୍ରଭାବିତ ଅଙ୍ଗରେ ତଳୁ ଉପରକୁ ମାଲିସ୍ କଲେ ଓ ଅଙ୍ଗକୁ ହଲାଇଲେ ଏକ ଅଙ୍ଗୀବାତ ଭଲ ହୋଇଥାଏ ।