ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟ ସଂଯୋଜକ ନାମ ତାଲିକା ଘୋଷଣା

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଶୁକ୍ରବାର ଦିନ ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ସୁବାଷ ଜେନା, ସୁକାନ୍ତ ବିଶ୍ୱାଳ, ରାମଚନ୍ଦ୍ର ବେହେରା, ଦିଲୀପ କର୍ସେଲ, ଯଶୋବନ୍ତ ନାୟକ, ଦୁର୍ଗାପ୍ରସନ୍ନ ନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ; ରାଜ୍ୟ ସଂପାଦକ ଭାବେ ନରେନ୍ଦ୍ର ସାହୁ, ସିଦ୍ଧାର୍ଥ ଶଙ୍କର ପତି, ରଶ୍ମୀରଞ୍ଜନ ମୁଦୁଲି, ସସ୍ମିତା ଦେହୁରୀ, ବିବେକାନନ୍ଦ ଜେନା; କୋଷାଧ୍ୟକ୍ଷ ଭାବେ ସନ୍ତୋଷ ମହାପାତ୍ର; କାର୍ଯ୍ୟାଳୟ ସଂପାଦକ ଭାବେ ସତ୍ୟ ନାୟକ; ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ସୈାମ୍ୟରଞ୍ଜନ ଓଝା; ଆଇଟି ସଂଯୋଜକ ଭାବେ ରଞ୍ଜିତା ନାୟକ; ଗଣମାଧ୍ୟମ ସଂଯୋଜକ ଭାବେ ଦୁଷ୍ମନ୍ତ ନାୟକ; ପଲିସି ଆଣ୍ଡ୍ ରିସର୍ଚ୍ଚ ସଂଯୋଜକ ଭାବେ ବିକାଶ ମହାକୁଡଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଓବିସି ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ଏମ.ଏ.ଖାରବେଳ ସ୍ୱାଇଁ, ରଞ୍ଜନ କୁମାର ପଟେଲ, ହିମାଂଶୁ ମେହେର, କୃଷ୍ଣଚନ୍ଦ୍ର ପାତ୍ର, ସୁକାନ୍ତ କୁମାର ନାୟକ, କେ.ନାରାୟଣ ରାଓ, ହିତେଶ ବଗର୍ତୀ, ନମିତାରାଣୀ ସାହୁ, ରାଧେଶ୍ୟାମ ବାରିକ, ମୁକ୍ତା ସାହୁ, ଦୁଷ୍ମନ୍ତ ଦାସ, ଭୁବନ ମୋହନ ଜେନା ଓ ଛୋଟେଲାଲ୍ ମହନ୍ତଙ୍କୁ ମନୋନୀତ କରାଯାଇଛି । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ କ୍ୟାପଟେନ ମାନସ ଦାସ, ଡାକ୍ତର ବେହେରା, ଚର୍ଚ୍ଚିଲ ମହାକୁଡ, ଉମାଶଂକର ପଟେଲ, ସବ୍ୟସାଚୀ ମାହାଲା, ଅମ୍ବିକା ସାମଲ, କୃଷ୍ଣଚନ୍ଦ୍ର ଦନ୍ତା,ସନାତନ କର୍ମୀ, ବଳରାମ ସୁବୁଦ୍ଧି, ସୁଶାନ୍ତ କୁମାର ଜେନା, ବ୍ରଜକିଶୋର ଭୁୟାଁ, ମନୋଜ ମହାପାତ୍ର, ବିଷ୍ଣୁଚରଣ ବଳିୟାରସିଂହ, ରବିନ୍ଦ୍ର ମହାରଣା, କରିସ୍ମା ମହାକୁଡ, ଶେଷଦେବ ବଗର୍ତୀ, ଅରୁଣ କୁମାର ନାୟକ, ଉର୍ମିଳା ଗୋଚ୍ଛାୟତ, ଆଶୁତୋଷ ପରିଡା, ଚିତରଞ୍ଜନ କଂସ, ପ୍ରଫୁଲ୍ଲ କୁମାର ସାହୁ ଓ ନିର୍ମଳ ବିଶ୍ୱାଳ ମନୋନିତ ହୋଇଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୨୪ ଜଣ ଏବଂ ରାଜ୍ୟ ସଂଯୋଜକ ଭାବେ ୧୬ ଜଣଙ୍କୁ ମନୋନୀତ କରାଯାଇଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳ ପ୍ରେସ ବାର୍ତାରେ ଜଣାଇଛନ୍ତି ।