କଂଗ୍ରେସ ହାରିଛି , ଠିକ୍ ହୋଇଛି !

ଭୁବନେଶ୍ଵର : ୨୦୧୧ ମସିହାରୁ ଦେଶରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ କଂଗ୍ରେସ ଦଳ ସର୍ବାଧିକ ବିଧାନସଭା ନିର୍ବାଚନ ଓ ଦୁଇଥର ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ କଲାଣି । ଏଥି ପାଇଁ ନିଜେ ହିଁ ଦାୟୀ । ଆଧାର କାର୍ଡ,RTI Act ନିୟମ ପ୍ରଚଳନ କରିବା,GST କୁ ପରିଚୟ କରାଇବା ଏବଂ ମାଗଣା ସେବା – ଖାଦ୍ୟ – ଦ୍ରବ୍ୟ ଦେବା ପ୍ରକ୍ରିୟା କଂଗ୍ରେସ ହିଁ ଆରମ୍ଭ କରିଥିଲା । ଏହି ସବୁ ବିଷୟ ପାଇଁ କଂଗ୍ରେସ ହାରୁଛି । ବିରୋଧୀମାନେ ଏହାକୁ ବଭିନ୍ନ କୁଉପାୟରେ ପ୍ରୟୋଗ କରି କ୍ଷମତାକୁ ହାତେଇ ଚାଲିଛନ୍ତି । କଠୋରପନ୍ଥୀ ଇଂରେଜ ଶାସନରୁ ଭାରତକୁ ମୁକ୍ତି ଦେବାରେ ଭାଗୀଦାରି ନଥିବା ଏବଂ ସୁନ୍ଦର – ଆଦର୍ଶ ଦେଶ ଗଠନ କରିବା ପାଇଁ ଯାହାର ଯୋଗ୍ୟତା ନାହିଁ ସେମାନେ ଏବେ ଦେଶକୁ ଶାସନ କରି ନିଜକୁ ସଚ୍ଚୋଟ କୁହୁଛନ୍ତି । ରାଜକୋଷକୁ କାଙ୍ଗାଳ କରୁଛନ୍ତି । ଅଳସୁଆ, ଲୋଭୀ ଏବଂ ନୈତିକତା – ମାନବିକତା ନଥିବା ଭୋଟର ମଜା ନେଉଛନ୍ତି । ମାଗଣା ବଣ୍ଟନ ବନ୍ଦ ହେଉ, ରାଜନେତା ନିଜର ଦକ୍ଷତା ଦେଖାନ୍ତୁ । ପ୍ରତ୍ୟେକ ଦଳର ନିର୍ବାଚନ ଖର୍ଚ୍ଚ ସରକାର ବହନ କରନ୍ତୁ । ଚାନ୍ଦା ବା ବଣ୍ଡ ସିଷ୍ଟମ ବନ୍ଦ ହେଉ । ୮୦ କୋଟି ବ୍ୟକ୍ତିଙ୍କୁ ମାଗଣା ଖାଦ୍ୟଶସ୍ୟ କାହିଁକି ଦିଆଯିବ ? । ଉଚିତ କର୍ମ କରି ଟଙ୍କା ରୋଜଗାର କରିବା ପାଇଁ ସରକାର ସମସ୍ତଙ୍କୁ ବାଧ୍ୟ କରନ୍ତୁ । ଆଇନ ଆଣନ୍ତୁ ।

ସମୀର କୁମାର ସିଂହ, ସଂପାଦକ,ଓଡ଼ିଶା ନ୍ୟୁଜ୍