5-T ଅଧ୍ୟକ୍ଷଙ୍କୁ ଭେଟିଲେ ସମ୍ବଲପୁର ପ୍ରେସକ୍ଳବ ସଦସ୍ୟ ।

ସମ୍ବଲପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଅନିଲ ଶ୍ରୀରାମକା

ସମ୍ବଲପୁର:ସମ୍ବଲପୁର ପ୍ରେସ କ୍ଲବର ଏକ ପ୍ରତିନିଧି ମଣ୍ଡଳ 5-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଶନିବାର ସର୍କିଟ ହାଉସ ଠାରେ ସାକ୍ଷାତ କରି ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଳୋଚନା କରିଥିଲା । ଏହାସହ ସମ୍ବଲପୁର ପ୍ରେସ କ୍ଲବ ଜମି ସମସ୍ୟା ନେଇ କାର୍ତ୍ତିକ ପାଣ୍ଡିଆନଙ୍କୁ ଅବଗତ କରାଯିବ ସହ ଏହାର ସମାଧାନ ପାଇଁ ଅନୁରୋଧ କରାଯାଇଥିଲା । ଏହି ସଂକ୍ରାନ୍ତରେ ଆଗରୁ ଆଦାନପ୍ରଦାନ ହୋଇଥିବା ଚିଠିପତ୍ର ଏବଂ ସମସ୍ତ କାଗଜପତ୍ର ତାଙ୍କୁ ହସ୍ତାନ୍ତର କରାଯାଇଥିଲା 1986 ମସିହାରୁ ସ୍ଥାପିତ ହୋଇଥିବା ସମ୍ବଲପୁର ପ୍ରେସକ୍ଳବର ନିଜସ୍ବ କୋଠା ଏବଂ ଭିତ୍ତିଭୁମି ରହିଥିବା ବେଲେ ସେଠାରେ ଜିଲା ଏବଂ ଅଞ୍ଚଳର ବିକାଶ ବିଷୟ ଆଳୋଚନା କାଯର୍ୟକ୍ରମମାନ ନିୟମିତ ଆୟୋଜନ ହୋଇଆସୁଛି ତେବେ ଜମି କାଗଜପତ୍ର ପ୍ରେସ କ୍ଲବ ନାମରେ ହୋଇପାରିନଥିବାରୁ ଅନେକ ବିକାଶ କାମ ଆଗକୁ ବଢିିପାରୁନଥିବା ବିଷୟରେ ଅବଗତ କରାଯାଇଥିଲା । ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ସହ ଭିତ୍ତିଭୂମିର ବିକାଶ ଦିଗରେ ରାଜ୍ୟ ସରକାର ସଚେତନ ରହିଥିବା ପାଣ୍ଡିଆନ କହିଥିଲେ ସମ୍ବଲପୁର ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ସୁବାଶ ପାଣିଗ୍ରହୀ ପ୍ରେସ କ୍କବର ସାଧାରଣ ସମ୍ପାଦକ ଭବାନୀ ଶଙ୍କର ଭୋଇ, ଶଙ୍କର ବେହେରା, ଅଜୟ ନାଥ, ନରେଶ ସେଠ, ନରୋତ୍ତମ ଗୁରୁ, ନରସିଂହ ବଗର୍ତୀ ସାମିଲ ରହିଥିଲେ । ଏହି ଅବସରରେ ରାଜ୍ଯ ସଭା ସାଂସଦ ମାନସ ରଂଜନ ମଂଗରାଜ ମଧ୍ଯ ଉପସ୍ଥିତ ରହିଥିଲେ ।