ଭୁବନେଶ୍ଵର: ଗୁରୁବାର ଦିନ ସ୍ଥାନୀୟ ଜୟଦେବ ଭବନ, ଭୁବନେଶ୍ୱର ଠାରେ ନିଖିଳ ଉତ୍କଳ ଶାକାହାରୀ ରଂଗଣୀ ସମାଜ ତରଫରୁ ଚଳିତ ବର୍ଷ, ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ, ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସମାଜର ସ୍ଥାୟୀ ସଭାପତି, ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ, ଶ୍ରୀଯୁକ୍ତ ହରିହର ସାହୁ, କାର୍ଯ୍ୟକାରୀ ସଭାପତି, ଶ୍ରୀଯୁକ୍ତ ଜମ୍ବେଶ୍ୱର ବେହେରା, ଉପସଭାପତି, ଶ୍ରୀଯୁକ୍ତ ୟଜ୍ଞଶ୍ବର ବେହେରା, ସମ୍ବର୍ଦ୍ଧନା ସଭାର ସାଙ୍ଗଠନିକ କମିଟି ମୁଖ୍ୟ, ଡକ୍ଟର ସୁଦର୍ଶନ ବେହେରା, ଭୁବନେଶ୍ୱର ରଂଗଣୀ ସମାଜ ମଣ୍ଡଳର ସଭାପତି, ଶ୍ରୀଯୁକ୍ତ ରଘୁନାଥ ସାହୁ,୫୫୦ ଘର ରଂଗଣୀ ସମାଜ ମଣ୍ଡଳର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାସ, ଶ୍ରୀଯୁକ୍ତ ଡମ୍ବରୁଧର ଦାସ, ପାତ ପଇତା ୩୦୦ ଘର ରଂଗଣୀ ମଣ୍ଡଳର କାର୍ଯ୍ୟକାରୀ କମିଟି ସଭ୍ୟ, ଭୁବନେଶ୍ୱର ଡୁମୁଡୁମା ରଂଗଣୀ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ପ୍ରଭାକର ସାହୁ ଓ ସମ୍ପାଦକ ଶ୍ରୀଯୁକ୍ତ ଦୀନବନ୍ଧୁ ସାହୁ ଇତ୍ୟାଦି ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମହୋଦୟ, ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବିଧାୟକ, କେନ୍ଦ୍ର ଭୁବନେଶ୍ୱର ସମ୍ମାନିତ ଅତିଥି ରୂପେ ଯୋଗଦେଇ ସଭାଟିକୁ ସଫଳ କରିଥିଲେ । ଏହି ଅବସରରେ, ଶ୍ରୀଯୁକ୍ତ ନାୟକ ମହୋଦୟଙ୍କୁ ଏକ ସ୍ମରଣୀୟ ମାନପତ୍ର ନିଖିଳ ଉତ୍କଳ ଶାକାହାରୀ ରଂଗଣୀ ସମାଜ, ଓଡିଶା, ଭୁବନେଶ୍ବର ଦ୍ୱାରା ପ୍ରଦାନ କରାଯାଇଥିଲା ।