ଇଭିଏମ ଓ ଭିଭିପାଟ ପ୍ରଦର୍ଶନ

ସମ୍ବଲପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଅନିଲ ଶ୍ରୀରାମକା

ସମ୍ବଲପୁର : ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟ ପରିସରରେ ଇଭିଏମ ଓ ଭିଭିପାଟ ପ୍ରଦର୍ଶନ ଉଦଘାଟିତ ହୋଇଛି । ନିର୍ବାଚନକୁ ସୁରୁଖୁରେ ପରିଚାଳନା କରିବା ସହ ଭୋଟରମାନେ କିଭଲି ନିର୍ଦ୍ଵନ୍ଦରେ ଭୋଟ ଦେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ବିଭାଗ ତରଫରୁ ଏକ ଇଭିଏମ୍-ଭିଭିପାଟ ନମୁନା ପ୍ରଦର୍ଶନ କେନ୍ଦ୍ର ଆଜି ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ନମୁନା ପ୍ରଦର୍ଶନ କେନ୍ଦ୍ରରେ ଅଧିକାରୀ, କର୍ମଚାରୀ, ଜନସାଧାରଣ, ସ୍ୱୟ ସହାୟକ ଗୋଷ୍ଠୀ ସଭ୍ୟା ଆଦି ଯୋଗଦେଇ ଇଭିଏମ ଏବଂ ଭିଭିପାଟ ବିଷୟରେ ଜାଣିବା ସହିତ ଏଥିରେ କିଭଲି ଭୋଟ ଦାନ ହେଉଛି ତାହା ପ୍ରଦର୍ଶନ ମାଧ୍ୟମରେ ବୁଝାଯାଇଥିଲା । ଏହି କେନ୍ଦ୍ରର ଚରମ ଉଦ୍ଦେଶ୍ୟ ହେଉଛି ମତଦାନ ସମୟରେ ଏହାର ପରିଚୟ ଏବଂ ସହଜରେ ବ୍ୟବହାର କରିବା ପାଇଁ ସମସ୍ତ ବର୍ଗର ଭୋଟରଙ୍କୁ ପ୍ରଶିକ୍ଷଣ ଇଭିଏମ୍ ପ୍ରଦର୍ଶନ କରିବା । ଏଥିପାଇଁ ଏକ ପ୍ରଦର୍ଶନୀ ଟିମ୍ ମଧ୍ୟ ମୁତୟନ କରାଯାଇଛି । ଏହି ଅବସରରେ ବୁଥ୍ ସ୍ତରୀୟ ଅଧିକାରୀ, ସାଧାରଣ ଜନତା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ପୁଲିସ କର୍ମଚାରୀ, ପିଡବ୍ଲ୍ୟୁଡି କର୍ମଚାରୀ,ଭୋଟର ଆଦି ଉପସ୍ଥିତ ଥିଲେ । ଏହା ୨୦୨୪ ଫେବୃଆରୀ ଶେଷ ମାସ ପର୍ଯ୍ୟନ୍ତ ଜାରି ରହିବ ।