ସାମ୍ବାଦିକ ଅନୀଲ ଶ୍ରୀରାମକାଙ୍କ ରିପୋର୍ଟ
ସମ୍ବଲପୁର : ଆଜି ହୀରାକୁଦ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା । ଏଥିରେ ଉପସଭାପତି ସଚୀକାନ୍ତ ମିଶ୍ର ଅତିଥି ପରିଚୟ ସହ ସ୍ଵାଗତ ସମ୍ବାଦ ରଖିଥିଲେ। ହୀରାକୁଦ ମହୋତ୍ସବ ଆସନ୍ତା ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ସୁଭାଷ ପଡିଆ ରେ ଅନୁଷ୍ଠିତ ହେଉଥିବା ଜଣାଇଥିଲେ । ସାଧାରଣ ସମ୍ପାଦକ ଶାନ୍ତନୁ ବଡ଼ପଣ୍ଡା ମହୋତ୍ସବ ବିଷୟରେ ସୂଚନା ପ୍ରଦାନ କରିବା ସହ ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏଥର ୨୬ ତାରିଖ ଦିନ ସକାଳେ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ନୃତ୍ୟ ଓ ବାଦ୍ୟ ଦଳ, କଳାହାଣ୍ଡି ରେ କଟ୍ଟପା, ଘୁମୁରା ନାଚ, ଘଣ୍ଟ ବାଦ୍ୟ, ଦୂଲଦୁଲି, ସମ୍ବଲପୁରୀ ନୃତ୍ୟ ଦଳ, ସହ କଂସ ମହାରାଜଙ୍କ ସହ ତାଙ୍କର ସହଯୋଗୀ ନିଜର କଳାର ପ୍ରଦର୍ଶନୀ କରିବେ । ୨୯ ତାରିଖ ରେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ କଳାକାର ରୁକୁ ସୁନା ଓ ତାଙ୍କ ଦଳର ପ୍ରଦର୍ଶନ ରହିଛି । ସାଂସ୍କୃତିକ ସଂଯୋଜକ ସଞ୍ଜୀବ ପଣ୍ଡା ମହୋତ୍ସବ ରେ ରାଜସ୍ଥାନ , ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର କଳାକାର ସହ ପଶ୍ଚିମ ଓଡ଼ିଶା ର ତଥା ସ୍ଥାନୀୟ କଳାକାର ମାନେ ନିଜର କଳା ର ପରିଦର୍ଶନ କରିବେ ବୋଲି ଜଣାଇଥିଲେ । ସବୁ ଦିନ କଂସ ଙ୍କ ଦରବାର ପାଇଁ ମଧ୍ୟ୍ୟ ଯୋଜନା କରାଯାଇଛି । ସଂଗଠନ ସମ୍ପାଦକ ପ୍ରଦୀପ ପଣ୍ଡା କହିଥିଲେ ଯେ ଚଳିତ ବର୍ଷ ପାଇଁ ୧୫ ଲକ୍ଷର ବ୍ୟୟ ଅଟକଳ କରାଯାଇଛି । ପଡିଆ ରେ ୫୦ ରୁ ଅଧିକ ଷ୍ଟଲ ର ବ୍ୟବସ୍ଥା କରାଯାଇଛି । ଏଥିରେ ଖାଦ୍ୟ ପେୟ ସହ ବିଭିନ୍ନ ଦୋକାନ ବଜାର ର ବ୍ୟବସ୍ଥା କରାଯାଇଛି।କଳାକ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ଵ ଙ୍କୁ କମିଟି ପକ୍ଷରୁ ସମ୍ମାନିତ କରାଯିବ ବୋଲି ଜଣାଇଥିଲେ । ଏହି ମହୋତ୍ସବ ସ୍ଥାନୀୟ ଲୋକଙ୍କ ପ୍ରୟାସ ରେ ହେଉଛି ଏବଂ ଏଥିରେ ସହର ର ସମସ୍ତ ରାଜନୈତିକ ଦଳ ଓ ସଂଗଠନ ସଦସ୍ୟ ମାନେ ନିଜର ସହଯୋଗ ର ହାତ ବଢାଇଥାନ୍ତି ଏଥି ପାଇଁ ଏହା ନିଆରା ବୋଲି ପ୍ରକାଶ କରିଥିଲେ ।