ପ୍ରଧାନମନ୍ତ୍ରୀଙ୍କ କାର୍ଯକ୍ରମକୁ ନେଇ ଭିଡ଼ିଓ ବାର୍ତ୍ତା,ଅଡିଓ ଗୀତ ଓ ପୋଷ୍ଟର ରିଲିଜ୍ ।

ସାମ୍ବାଦିକ ଅନୀଲ ଶ୍ରୀରାମକାଙ୍କ ରିପୋର୍ଟ

ସମ୍ବଲପୁର : ଆସନ୍ତା ଫେବୃଆରି ୩ ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ । ସେଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆଇ.ଆଇ.ଏମ୍ ର ଲୋକାର୍ପଣ ସହିତ ୧୧ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଏକ ସାଧାରଣ ସଭାର କାର୍ଯକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ମୋଦୀ ଜୀ ଙ୍କ କାର୍ଯକ୍ରମର ବିଜ୍ଞାପନକୁ ନେଇ ଏକ ଭିଡ଼ିଓ, ଏକ ଅଡିଓ ଗୀତ ଓ ଏକ ଷ୍ଟିକର ର ଉନ୍ମୋଚନ ହେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଉନ୍ମୋଚନ କାର୍ଯକ୍ରମ କରାଯାଇଥିଲା । କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଦ୍ବାରା ଆହୁତ ଆଜିର ସାମ୍ବାଦିକ ସମ୍ମିଳନୀରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, କୁଚିଣ୍ଡାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରବି ନାରାୟଣ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ଶ୍ରୀ ଗିରିଶ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାମ ଚନ୍ଦ୍ର ମେହେର ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀ ସଞ୍ଜୟ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଭିଡିଓ ବାର୍ତ୍ତା, ଅଡିଓ ଗୀତ ଓ ପୋଷ୍ଟର ଉନ୍ମୋଚନ ପରେ ନାଉରୀ ନାୟକ, ସିମାଞ୍ଚଳ ଖଟେଇ ଓ ରବି ନାରାୟଣ ନାୟକ କାର୍ଯ୍ୟକ୍ରମ ବିଷୟ ରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ ।