ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି l

ସମ୍ବଲପୁର : ପୁଲୱାମା ଆତଙ୍କି ଆକ୍ରମଣରେ ୪୦ ରୁ ଉର୍ଦ୍ଧ୍ଵ ସିଆରପିଏଫ ଯବାନ ଆଜିର ଦିନରେ ସହୀଦ ହୋଇଥିଲେ ଏହି ଛାତିଥରା ଘଟଣା ଘଟିବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଦେଶବାସୀଙ୍କ ଆଖିରୁ ଶୁଖିନି ଲୁହ ଏହି ଘଟଣାରେ ପୁରା ଦେଶ ସ୍ତବ୍ଧ ହୋଇ ଯାଇଥିଲା ତେବେ ଏହି ବୀର ଯବାନଙ୍କ ବିଳିଦାନକୁ ମନେ ପକେଇ ସମଗ୍ର ଦେଶ ଆଜି ଶହିଦଙ୍କୁ ମନେପକାଉଛି ତେବେ ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ବୀର ଶହୀଦ ଯବାନଙ୍କୁ ମନେ ପକେଇ ଆଜି ନେଲସେନ ମଣ୍ଡେଲା ସ୍ଥିତ ଶହୀଦ ସ୍ତମ୍ଭ ଠାରେ ଦୀପ ଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଝୁନୁ ତ୍ରିପାଠୀ,ତୃପ୍ତି ପଣ୍ଡା, ସ୍ୱସ୍ତିକା ନାୟକ ,କାନ୍ତି ମେହେର,ସୁଦାମ ମେହେର,ପଙ୍କଜିନୀ ବୈଠାରୁ,ସବ୍ୟସାଚୀ ମିଶ୍ର ସୁରେନ୍ଦ୍ର କୁମାର ବଗର୍ତି,ସଂଘମିତ୍ରା ପଣ୍ଡା,ରାହୁଲ ଗୁପ୍ତା,ଶଙ୍କର ମେହେର ପ୍ରମୁଖ ଉପସ୍ଥିତ ଥିଲେ ସମ୍ବଲପୁରରୁ ଅନୀଲ ଶ୍ରୀରାକାଙ୍କ ରିପୋର୍ଟ