ସମ୍ବଲପୁର : (ଅନୀଲ ଶ୍ରୀରାମକାଙ୍କ ଠାରୁ) କେନ୍ଦ୍ର ସରକାର ଅଧିନସ୍ଥ ଟ୍ରାଇଫେଡ ଓ ଏମଏସଏମଇ ବିଭାଗ ପକ୍ଷରୁ ସମ୍ବଲପୁର ପିଏଚଏଇଡି/ ବିର୍ସା ମୈଦାନରେ ଫେବୃଆରୀ 25 ତାରିଖରୁ ସା ପରିଚୟ ଫାଉଣ୍ଡେସନ ଦ୍ୱାରା ଚାଲିଥିବା ଜାତୀୟ ଆଦିବାସୀ ମେଳାରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟି.ପି.ଡବ୍ଲ୍ୟୁ.ଓ.ଡି.ଏଲ. ସମ୍ବଲପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇ. ଡମ୍ବରୁଧର ଓଝା, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସମାଜସେବୀ ତଥା ଅଭିନେତା ସୂର୍ଯ୍ୟ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପୌର ଅଧିକାରୀ ଅପର୍ଣ୍ଣା ପାଢ଼ୀ ଓ ସମାଜସେବୀ ଦିଲୀପ କୁମାର ଅଗ୍ରୱାଲ ଯୋଗଦେଇଥିଲେ । ସା ପରିଚୟ ଫାଉଣ୍ଡେସନର ମୁଖ୍ୟ ସଂଯୋଜକ ସୁବାଶିଷ ଦାସ, ଅମୀୟ କୁମାର ମହାନ୍ତି ଓ ଚନ୍ଦ୍ରଶେଖର ଦାସ ଓ ଆଲୋକ ପଣ୍ଡା ଙ୍କର ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ସାଂସ୍କୃତିକା ପୁରୋହିତ ସଂଯୋଜନା କରିଥିଲେ । ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଇ. ଓଝା ଜନଜାତି ଙ୍କର ଉଦ୍ୟେଶ୍ୟ ରେ ଆୟୋଜିତ ଏହି ମେଳା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବକ୍ତବ୍ୟ ଦେଇଥିବା ବେଳେ ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ କେନ୍ଦ୍ର ସରକାରର ଆଗ୍ରହ କ୍ରମେ ସମ୍ବଲପୁର ସହରରେ ଏହି ଜାତୀୟ ଆଦିବାସୀ ମେଳାର ଆୟୋଜନ ପାଇଁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ, ସମ୍ବଲପୁରରେ ଏହିପରି ମେଳା ପାଇଁ ଏକ ସୁନ୍ଦର ଶିଳ୍ପୀ ଗ୍ରାମ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ । ଶ୍ରୀ ପାଣିଗ୍ରାହୀ ଏହା ମଧ୍ୟ କହିଥିଲେ ଯେ ଜନଜାତି ମାନେ ହେଉଛନ୍ତି ଆମର ଐତିହ୍ୟ ଓ ସାଂସ୍କୃତିକ ପରମ୍ପରା କୁ ବଞ୍ଚାଇ ରଖିଥିବା ଗୋଷ୍ଠି, ତେଣୁ ସେମାନଙ୍କୁ ପ୍ରତ୍ସାହନ ଦେବା ଅତ୍ୟନ୍ତ ଜରୁରୀ । ସମ୍ମାନିତ ଅତିଥି ସୁଶ୍ରୀ ପାଢ଼ୀ ଏବଂ ଅଗ୍ରୱାଲ ମଧ୍ୟ ଏହି ଆୟୋଜକ କୁ ଭୁୟସୀ ପ୍ରଶଂସା କରିଥିଲେ । ଶେଷରେ ବିଶିଷ୍ଠ ଜନଜାତି ସାଂସ୍କୃତିକ ସଂଯୋଜିକା ପଦ୍ମିନୀ ଟପ୍ପୋ ଙ୍କର ସଂଯୋଜନାରେ ସୁନ୍ଦରଗଡ଼ ଜିଲ୍ଲା ର କଳାକାର ମାନେ ପାରମ୍ପlରିକ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ lଜନ ର ନିର୍ବାହୀ ଯନ୍ତ୍ରୀ ଇ. ଡମ୍ବରୁଧର ଓଝା, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସମାଜସେବୀ ତଥା ଅଭିନେତା ସୂର୍ଯ୍ୟ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପୌର ଅଧିକାରୀ ଅପର୍ଣ୍ଣା ପାଢ଼ୀ ଓ ସମାଜସେବୀ ଦିଲୀପ କୁମାର ଅଗ୍ରୱାଲ ଯୋଗଦେଇଥିଲେ l ସା ପରିଚୟ ଫାଉଣ୍ଡେସନ ର ମୁଖ୍ୟ ସଂଯୋଜକ ସୁବାଶିଷ ଦାସ, ଅମୀୟ କୁମାର ମହାନ୍ତି ଓ ଚନ୍ଦ୍ରଶେଖର ଦାସ ଓ ଆଲୋକ ପଣ୍ଡାଙ୍କର ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସାଂସ୍କୃତିକା ପୁରୋହିତ ସଂଯୋଜନା କରିଥିଲେ । ଶେଷରେ ବିଶିଷ୍ଠ ଜନଜାତି ସାଂସ୍କୃତିକ ସଂଯୋଜିକା ପଦ୍ମିନୀ ଟପ୍ପୋ ଙ୍କର ସଂଯୋଜନା ରେ ସୁନ୍ଦରଗଡ଼ ଜିଲ୍ଲା ର କଳାକାର ମାନେ ପାରମ୍ପlରିକ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ ।