ସମ୍ବଲପୁର : (ଅନୀଲ ଶ୍ରୀରାମକାଙ୍କ ଠାରୁ) ଆଗାମୀ ୪ ଏବଂ ୫ ତାରିଖ ହରିଆଣାର ଲଡ଼ୱା, କୁରୁକ୍ଷେତ୍ର ରେ ଅନୁଷ୍ଠିତ ହେବାକୁ ଥିବା ଫଳ ଚାଷ ଜନିତ ୨ ଦିନିଆ ଜାତୀୟ କର୍ମଶାଳା ଓ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ପଶ୍ଚିମ ଓଡିଶାର ୫ ଜଣ ଅଗ୍ରଣୀ ଚାଷୀ ଆଜି ଟ୍ରେନ୍ ଯୋଗେ କୁରୁକ୍ଷେତ୍ର ଯାତ୍ରା କରିଛନ୍ତି । ଉନ୍ନତ ପ୍ରଣାଳୀ ଫଳ ଚାଷ ଉପରେ କାର୍ଯ୍ୟ କରୁଥିବା ସମ୍ବଲପୁର ର ‘ଅଭିନବ କୃଷି ଅନୁଷ୍ଠାନ ଦ୍ୱାରା ଫଳ ଗବେଷଣା କେନ୍ଦ୍ର ଲଡୱା, କୁରୁକ୍ଷେତ୍ର ସହାଭାଗୀତାରେ ଏହି କର୍ମଶାଳା ଅନୁଷ୍ଠିତ ହେଉଛି । ଏହି ଜାତୀୟ କର୍ମଶାଳାରେ ସମ୍ବଲପୁର ର ଚାଷୀ ଅଭିଳାଷ ପ୍ରଧାନ, ଜଟା ଭୂଷଣ ସାହୁ ବରଗଡ ର ଚାଷୀ ଜଟାଧାରୀ ପ୍ରଧାନ ଏବଂ ଅଭିଷେକ ଖମାରୀ, ଝାରସୁଗୁଡା ର ଚାଷୀ ସୁନୀଲ ପ୍ରଧାନ ଆଜି ଦିବା ୧୧ ଘଣ୍ଟା ସମୟରେ ଜମ୍ବୁ ତାବି ଏକ୍ସପ୍ରେସ୍ ଟ୍ରେନ ଯୋଗେ କୁରୁକ୍ଷେତ୍ର ଯାତ୍ରା କରିଛନ୍ତି ଉନ୍ନତ ଉନ୍ନତ ପଦ୍ଧତି ଆମ୍ବ, ଲିଚୁ, ସେଓ, ଡାଳିମ୍ବ ଆଦି ଫଳ ଚାଷ ସମ୍ପର୍କ ରେ ହେବାକୁ ଥିବା ଜାତୀୟ କର୍ମଶାଳା ରେ ଭାରତ ର ବିଭିନ୍ନ ପ୍ରଦେଶ ରୁ ଚାଷୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।