ଭଦ୍ରକ : ଭାରତକୁ ବିଶ୍ୱ ଦକ୍ଷତା ରାଜଧାନୀରେ ପରିଣତ କରିବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ଲକ୍ଷ୍ୟ ସହ ତାଳ ଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଓଡ଼ିଶାର ଭଦ୍ରକରେ ସ୍କିଲ ଇଣ୍ଡିଆ ସେଣ୍ଟରକୁ ଉଦଘାଟନ କରିଛି । ଏଥିରେ ଯୁବବର୍ଗଙ୍କୁ ଚାହିଦା ଥିବା ଦକ୍ଷତା ରେ କୁଶଳୀ କରିବା, କ୍ୟାରିୟର ସୁଯୋଗକୁ ବଢାଇବା ଏବଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ଜ୍ଞାନ ସହ ପ୍ରାକ୍ଟିକାଲ ଏବଂ ବିଭିନ୍ନ କ୍ଷେତ୍ରର ବାସ୍ତବ ଅଭିଜ୍ଞତାକୁ ମିଶାଇ ତାଲିମ ପ୍ରଦାନ କରିବ । ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି, ନେଟୱାର୍କିଂ ସୁଯୋଗ ସୃଷ୍ଟି ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ପ୍ରଶିକ୍ଷଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରେ ଯାହା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ । ଭଦ୍ରକରେ ଏହି ସ୍କିଲ୍ ଇଣ୍ଡିଆ ସେଣ୍ଟରକୁ ଉଦଘାଟନ କରି ଓଡ଼ିଶାର ଧାମନଗରର ମାନ୍ୟବର ବିଧାୟକ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି, ଆଜି ଭଦ୍ରକର ଅସୁରାଲିଠାରେ ଭାରତର ପଞ୍ଚମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଖୋଲିଥିବାରୁ ତାହା ଏକ ଗୌରବର ବିଷୟ । ଶିଳ୍ପ ଜଗତର ଚାହିଦା ଓ ଚାକିରି ଆଶାୟୀ ଯୁବପିଢିଙ୍କ ମଧ୍ୟରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବା ଉଦ୍ଦେଶ୍ୟରେ ଖୋଲିଥିବା ଏହି କେନ୍ଦ୍ର ଉପଯୁକ୍ତ ଦକ୍ଷତା ତାଲିମ ପ୍ରଦାନ କରିବ ଯାହାକି ଭଦ୍ରକର ଯୁବପିଢିମାନଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତ ନିଶ୍ଚିତ କରିବ । ନିୟମିତ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଓ ସୀମିତ ନିଯୁକ୍ତି ସୁଯୋଗ ମଧ୍ୟରେ ଖଣିଜସଂପଦ ପରିପୂର୍ଣ୍ଣ ଓଡ଼ିଶାରେ ପ୍ରକୃତ ସମ୍ଭାବନାର ସଦୁପଯୋଗ ହୋଇପାରିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଏହି ଦକ୍ଷତା କେନ୍ଦ୍ରର ଉଦଘାଟନ ଏକ ସମୟୋଚିତ ସୁଯୋଗ ଆଣିଦେଇଛି, ଯାହାକି ଯୁବପିଢିଙ୍କୁ ସଶକ୍ତ କରିବ ଓ ନିଯୁକ୍ତି ସମସ୍ୟା ଦୂର କରିବା ଲକ୍ଷ୍ୟରେ ମାର୍କେଟିଂଠାରୁ ଆରମ୍ଭ କରି ଭାଷା ପର୍ଯ୍ୟନ୍ତ ବିବିଧ ତାଲିମ ପ୍ରଦାନ କରିବ । ଭଦ୍ରକ ଧାମନଗର ଅଞ୍ଚଳ ଅସାଧାରଣ ପ୍ରତିଭାର କେନ୍ଦ୍ର । ଏହି ଦକ୍ଷତା ବିକାଶ କେନ୍ଦ୍ର ଭଦ୍ରକ ଧାମନଗର ଅଞ୍ଚଳର ଯୁବପିଢିମାନଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବ ବୋଲି ଧାମନଗରର ମାନ୍ୟବର ବିଧାୟକ ସୁରଜବଂଶୀ କହିଥିଲେ । ଓଡ଼ିଶାର ଯୁବପିଢିଙ୍କଠାରେ ପ୍ରଚୁର ସମ୍ଭାବନା ରହିଛି ଏବଂ ସେମାନଙ୍କୁ ଶିଳ୍ପ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ କରି ଶିଳ୍ପ ଜଗତର ଚାହିଦା ଓ ଶିକ୍ଷାକ୍ଷେତ୍ର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏହି କେନ୍ଦ୍ର ଲକ୍ଷ୍ୟ ରଖିଛି। ଏହି କେନ୍ଦ୍ର ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ଦକ୍ଷତା ବୃଦ୍ଧି କରିବ, ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ଏବଂ ପାରମ୍ପରିକ ହସ୍ତଶିଳ୍ପର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବ ଏବଂ ସ୍ଥାନୀୟ ପରିବେଶରେ ଏହାର ଉପଯୋଗକୁ ପ୍ରୋତ୍ସାହିତ କରିବ । ଶିଳ୍ପ କୈନ୍ଦ୍ରିକ ଏବଂ ସମାଧାନ ଭିତ୍ତିକ ଆଭିମୁଖ୍ୟ ଉପରେ ଗୁରତ୍ବ ଦେଉଥିବା ଏହି କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କୁ ଉଦୀୟମାନ ଧାରାରେ ଉପଯୋଗୀ ଅଭିଜ୍ଞତା ହାସଲ କରିବାରେ ସକ୍ଷମ କରିବ ଏବଂ ଆଜିର ବଦଳୁଥିବା ଚାକିରି ପରିଦୃଶ୍ୟରେ ଏହି ଦକ୍ଷତାକୁ କିପରି ପ୍ରୟୋଗ କରାଯିବ ତାହା ଶିଖାଇବ । ଏହି କେନ୍ଦ୍ର କେବଳ ଛାତ୍ରଛାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଭବିଷ୍ୟତ ଉପଯୋଗୀ ଦକ୍ଷତା ପାଠ୍ୟକ୍ରମ ପ୍ରଦାନ କରିବ ନାହିଁ ବରଂ ପାରମ୍ପରିକ ହସ୍ତଶିଳ୍ପର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବ ଏବଂ ସମସାମୟିକ ପରିପ୍ରେକ୍ଷୀରେ ଏହାକୁ ପ୍ରୋତ୍ସାହିତ କରିବ । ଏହି ପ୍ରୟାସ ମାଧ୍ୟମରେ ଏହି କେନ୍ଦ୍ର ଯୁବପିଢିଙ୍କ ପାଇଁ ଏକ ଜ୍ଞାନ କେନ୍ଦ୍ର ଭାବରେ ପ୍ରତିଷ୍ଠା ହେବ, ଯାହାକି ଯୁବପିଢିଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳ ହେବା ପାଇଁ ଆବଶ୍ୟକ ଦକ୍ଷତା ଅର୍ଜନ କରାଇ ନିଜର ପ୍ରକୃତ ପ୍ରଭାବକୁ ପ୍ରଦର୍ଶିତ କରିବ । ଉନ୍ନତ ମାନର ଭିତ୍ତିଭୂମି, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଆଧୁନିକ ସୁବିଧା ରେ ସଜ୍ଜିତ ଏହି କେନ୍ଦ୍ର ଯୁବବର୍ଗଙ୍କ ଭବିଷ୍ୟତକୁ ଗଢ଼ିତୋଳିବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଘରୋଇ ଏବଂ ବିଶ୍ୱ ବଜାରରେ ନିଯୁକ୍ତି ପାଇଁ ସୁଯୋଗ ଖୋଲିବ ।
ଏହା ପୂର୍ବରୁ ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଉଦଘାଟିକ ଏହି କେନ୍ଦ୍ରଗୁଡ଼ିକ ସ୍ଥାନୀୟ ଯୁବପିଢିଙ୍କ ମଧ୍ୟରେ ବେଶ ଗ୍ରହଣୀୟ ହୋଇପାରିଛି । ଏସବୁ ପ୍ରଭାବୀ ଉଦ୍ୟମଗୁଡ଼ିକ ରାଜ୍ୟକୁ ଭବିଷ୍ୟତ-ଦକ୍ଷତାର ଏକ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ସହାୟକ ହେବ ଏବଂ ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିବ ଯାହାକୁ ଯୁବଗୋଷ୍ଠୀ ଆତ୍ମବିଶ୍ୱାସର ସହ ଅନୁସରଣ କରିବେ ଏବଂ ଉନ୍ନତିମୂଳକ କ୍ୟାରିୟରରେ ସଫଳ ହୋଇପାରିବେ । ଚଳିତ ବର୍ଷ ପ୍ରାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଆଶାୟୀ ପ୍ରାର୍ଥୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ ସାର୍ଟିଫିକେଟ୍ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କୌଶଳ ରଥ ଅଭିଯାନର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ଏହାମାଧ୍ୟମରେ ବିଭିନ୍ନ ପାଠ୍ୟକ୍ରମ ମଡ୍ୟୁଲରେ ୪୦୦୦ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆସରିଛି, ଯାହା ଦ୍ୱାରା ଡିଜିଟାଲ ସାକ୍ଷରତା, ଖୁଚୁରା ଏବଂ ଉଦ୍ୟୋଗୀ ଦକ୍ଷତା ପ୍ରଦାନ ସହ ଏହି ଅଞ୍ଚଳରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିପାରିଛି ।
ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସଂପର୍କରେ :
ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ହେଉଛି ଦେଶର ଦକ୍ଷତା ଇକୋସିଷ୍ଟମର ମୁଖ୍ୟ ସ୍ଥାପକ । ଏହା ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଡିଇ) ଅଧୀନରେ କାର୍ଯ୍ୟ କରୁଥିବା ଏକ ଅନନ୍ୟ ଘରୋଇ-ସରକାରୀ ଭାଗିଦାରୀ (ପିପିପି) ଉଦ୍ୟୋଗ । ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ ଦକ୍ଷତା ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷ ଧନ୍ଦାମୂଳକ ପ୍ରଶିକ୍ଷଣ ପଦକ୍ଷେପ, ଭାରତର ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଦକ୍ଷତା ଭାରତ ମିଶନର ରଣନୈତିକ କାର୍ଯ୍ୟକାରିତା ଏବଂ ଜ୍ଞାନ ଅଂଶୀଦାର ହେବା ଉଦ୍ଦେଶ୍ୟରେ ଏନଏସଡିସି ପ୍ରତିଷ୍ଠା କରାଯାଇଥିଲା । ସମ୍ଭାବ୍ୟ କର୍ମଚାରୀମାନଙ୍କୁ ଭବିଷ୍ୟତଦକ୍ଷତାର ଏକ ଦୁନିଆ ପ୍ରଦାନ କରି ପ୍ରଭାବ ସୃଷ୍ଟି କରୁଥିବା ଉଦ୍ୟୋଗ, ଷ୍ଟାର୍ଟଅପ୍, କମ୍ପାନୀ ଏବଂ ସଂଗଠନଗୁଡ଼ିକୁ ଏନଏସଡିସି ସହାୟତା ପ୍ରଦାନ କରିଥାଏ । ଯୋଗ୍ୟ ସଂସ୍ଥାଗୁଡ଼ିକୁ ପାଣ୍ଠି ସହାୟତା, ପ୍ରାର୍ଥୀମାନଙ୍କୁ ରିହାତି ଋଣ ସହିତ ଅନ୍ୟାନ୍ୟ ଅଭିନବ ଆର୍ଥିକ ଉତ୍ପାଦ ସହିତ ପ୍ରଦାନ କରି ଦକ୍ଷତା କ୍ଷେତ୍ରରେ ଘରୋଇ କ୍ଷେତ୍ରର ପଦକ୍ଷେପଗୁଡ଼ିକୁ ବୃଦ୍ଧି, ସମର୍ଥନ ଏବଂ ସମନ୍ୱୟ କରିବା ପାଇଁ ସଂଗଠନ ଉପଯୁକ୍ତ ମଡେଲ୍ ବିକଶିତ କରେ ଏବଂ ରଣକୌଶଳ ନିର୍ମାଣ କରେ ।