ସମ୍ବଲପୁର:(ସିଟି ରିପୋର୍ଟର୍ ଅନୀଲ ଶ୍ରୀରାମକାଙ୍କ ଠାରୁ) ହୀରାକୁଦ ସହରରେ ବ୍ୟାପିଥିବା ଝାଡ଼ାବାନ୍ତି ରୋଗରେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଜଣକ ମୃତ୍ୟୁ ମଧ୍ୟ ହୋଇଛି । ତେବେ ଏହି ଘଟଣାରେ ଶନିବାର ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସ ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ହୀରାକୁଦ କୁ ଯାଇ ସହରରେ ଉପୁଜୁଥିବା ପରିସ୍ଥିତି ନେଇ ସରଜମିନ ତଦନ୍ତ କରିଥିଲେ । ପ୍ରଥମେ ହୀରାକୁଦ ସହରର ଜଳ ବିଶୋଧନାଗାର ଅଞ୍ଚଳକୁ ଯାଇ ପରିଦର୍ଶନ କରିଛନ୍ତି । ଏଥିସହ ଜଳ ବିଶୋଧନାଗାର ଦାୟିତ୍ଵ ରାଜ୍ୟ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜଳ ବିଶୋଧନା ସଠିକ ଭାବରେ ହେଉନଥିବାରୁ ହୀରାକୁଦ ରେ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ନେଇ ଆଳୋଚନା କରିଥିଲେ । ପରେ ହୀରାକୁଦ ମେଡିକାଲ କୁ ଯାଇ ମେଡିକାଲ ରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସାକ୍ଷାତ କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ହୀରାକୁଦ ମେଡିକାଲ ରେ ଚିକିତ୍ସା ହେଉଥିବା ଡାକ୍ତର ଙ୍କ ସହ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଯେଭଳି ଦିଆଯାଇ ପାରିବ ସେନେଇ ଆଲୋଚନା କରିଥିବା ନେଇ ସୂଚନା ମିଳିଛି । ଝାଡ଼ାବାନ୍ତି ରୋଗରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ତେଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ସବୁ ରୋଗୀଙ୍କୁ ଯଥାସମ୍ଭବ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଵାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି । ଏହାସହ ଝାଡ଼ାବାନ୍ତି ର କାରଣ ପାଇଁ ଲୋକେ ବ୍ୟବହାର କରୁଥିବା ପାଣି ର ନମୁନା କୁ ମଧ୍ୟ ସଂଗ୍ରହ କରି ପରୀକ୍ଷାଗାର କୁ ପଠାଯାଇଥିବା କହିଥିଲେ । ଜିଲ୍ଲା କଂଗ୍ରେସ କମିଟି ର ପ୍ରତିନିଧି ଦଳ ରେ ପୁର୍ବତନ ବିଧାୟକ ଅଶ୍ଵିନୀ ଗୁରୁ,ପିସିସି ସାଧାରଣ ସମ୍ପାଦକ ଦୁଲାଳ ଚନ୍ଦ୍ର ପ୍ରଧାନ, ପିସିସି ସମ୍ପାଦକ ଅମିତ ଗୁରୁ , ଜିଲ୍ଲା କଂଗ୍ରେସ ଉପସଭାପତି ବାଳକୃଷ୍ଣ ତ୍ରିପାଠୀ, ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନନ୍ଦ, ମନୋରଞ୍ଜନ ପଟ୍ଟନାୟକ, ବୁର୍ଲା ଟାଉନ କଂଗ୍ରେସ ସଭାପତି ଗିରିଜା ନାଏକ, ହୀରାକୁଦ ଟାଉନ ସଭାପତି ରବି ରାଉତ , ଓବିସି ସେଲ ଜିଲ୍ଲା ସଭାପତି ଶିବବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।