ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ୱାସ୍ଥ୍ୟସେବା ବିପିର୍ଯ୍ୟସ୍ତ ହୋଇପଡିଛି । ଗରୀବ ରୋଗୀ ହନ୍ତସନ୍ତ ହେବା ସହିତ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରହସନରେ ପରିଣତ ହୋଇଛି । ଘରୋଇ ଡାକ୍ତରଖାନା ଜରିଆରେ ବ୍ୟାପକ ଟଙ୍କା ହରିଲୁଟ୍ କରାଯାଉଛି । ଅନ୍ୟ ପଟେ ଦେଶବାସୀଙ୍କୁ ଉତମ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରାଯାଉନାହିଁ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ନେତୃବୃନ୍ଦ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟର ସୁନାମଧନ୍ୟ ବିଶିଷ୍ଟ ନ୍ୟୁରୋ ସର୍ଜରୀ ବିଶେଷଜ୍ଞ ଡା.ପ୍ରତାପ କୁମାର ପାଣି ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲ କଲେଜ, ଜାମସେଦପୁରସ୍ଥିତ ଟାଟା ମୁଖ୍ୟ ଡାକ୍ତରଖାନା, ଅନୁଗୁଳସ୍ଥିତ ନାଲକୋ ଏବଂ ପାରାଦୀପସ୍ଥିତ ପିପିଟି ହସ୍ପିଟାଲରେ ଦୀର୍ଘ ଦିନ ଧରି ସେବା ଯୋଇବା ପରେ ବର୍ତମାନ ଭୁବନେଶ୍ୱରରେ ଅବସ୍ଥାପିତ ଥିବା ବିଶିଷ୍ଟ ଇଏନ୍ଟି ବିଶେଷଜ୍ଞ ଡା.ପ୍ରଶାନ୍ତ କୁମାର ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ବିଜେପିର ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ଭଲ ପାଇଁ ବିଜେପିରେ ଯୋଗ ଦେଇଛି । ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ଗଠନ ପାଇଁ ଓଡ଼ିଶାବାସୀ ସଂକଳ୍ପ ନେଇଛନ୍ତି । ମୋଦିଜୀଙ୍କ ଗ୍ୟାରେଂଟିକୁ ମୁଁ ଗାଁ ତଥା ସହରର ଲୋକଙ୍କ ପାଖରେ ପହଂଚାଇବି । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ଏହାପରେ ଶ୍ରୀ ମହାନ୍ତି ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।