ଟୋକିଓରେ ବାଚସ୍ପତି

ଭୁବନେଶ୍ଵର : ଆୟୁର୍ବେଦ ହେଉଛି ଭାରତର ସର୍ବ ପୁରାତନ ଚିକିସା ପଦ୍ଧତି । ଚରକ, ସୁଶୃତ ଓ ବାଗଭଟ ଏହାକୁ ମାନବ ଜାତିର କଲ୍ୟାଣ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ ଓ ପ୍ରୟାଗ କରି ସଫଳ ହୋଇଥିଲେ । ଏବେ ଭାରତରେ ଆୟୁର୍ବେଦର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ବିଦେଶରେ ମଧ୍ୟ ଜନାଦୃତ ହେଉଛି । ବହୁ ପୁରାତନ ଓ ଜଟିଳ ରୋଗ ଆୟୁର୍ବେଦ ଦ୍ବାରା ସମ୍ପୂର୍ଣ ଭାବେ ମୂଳ ଉତ୍ପାଟନ ହେଉଥିବା ବେଳେ, ଅନୀୟମିତ ଜୀବନ ଶୈଳୀ , ସାମାଜିକ ଓ କାର୍ଯ୍ୟ ଚାପରୁ ସୃଷ୍ଟି ହେଉଥିବା ରୋଗ ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ବିସ୍ତାର କାରୀ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରକାଶ କରିଛନ୍ତି । ବାଚସ୍ପତି ତାଙ୍କର ବିଦେଶ ଗସ୍ତର ପ୍ରଥମ ଦିନରେ ଜାପାନର ଟୋକିଓ ଠାରେ ପହଞ୍ଚିଥିବା ବେଳେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଉଛସ୍ଵିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରେ ବିଶ୍ଵ ଆୟୁର୍ବେଦ ଦିବସ ଉପଲକ୍ଷେ ବାଚସ୍ପତି ନିଜର ମତ ଓ ବକ୍ତବ୍ୟ ଉପସ୍ଥାନ କରି କହିଲେ ଯେ ଆୟୁର୍ବେଦ ହେଉଛି ବିଶ୍ୱକୁ ଭାରତର ଶ୍ରେଷ୍ଟ ଅବଦାନ । ଏହି କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ଜାପାନ ଠାରେ ଅବସ୍ଥିତ ରାଷ୍ଟ୍ରଦୂତ ଶ୍ରୀ ସି ବି ଜର୍ଜ ଟୋକିଓ ସ୍ଥିତ ଭାତରୀୟ ଦୁତାବାସର ମୁଖ୍ୟ ଦେବଯାନୀ ଚକ୍ରବର୍ତୀ ଓସାକାର ପ୍ରଥମ ସଚିବ ଉଦିତ ଗୌରବ ଓ ଟୋକିଓ ଠାରେ ଥିବା ପ୍ରବାସୀ ଓଡ଼ିଶା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏଥିରେ ଓଡିଶୀ ନୃତ୍ୟ ପରିବେଷିତ ହୋଇଥିବା ବେଳେ ଉପସ୍ଥିତ ଜନତା ଓଡିଶୀ ଶୈଳୀ ଓ ପରମ୍ପରାର ଭୂୟସି ପ୍ରଶଂସା କରିଥିଲେ । ବାଚସ୍ପତିଙ୍କ ସହ ବିଦେଶ ଗସ୍ତରେ ଏହି କାର୍ଯକ୍ରମ ଅବସରେ ବିଧାନ ସଭାର ସଚିବ ଶ୍ରୀ ଦାଶରଥି ଶତପଥି ଉପସ୍ଥିତ ଥିଲେ ।