ଲାଜକୁଳୀ ଲତା

ଉପକାରୀତା

 ଲାଜକୁଳୀ ଲତା ଏକ କଣ୍ଟା ଜାତୀୟ ଲତା ଅଟେ । ଏହା ଜମି ଉପରେ ମାଡ଼ିଥାଏ । ଏହାର ପତ୍ରକୁ ଛୁଇଁଲେ ଝାଉଁଳି ପଡେ ଓ ପରେ ପୁଣି ପୂର୍ବ ଅବସ୍ଥାକୁ ଫେରିଆସେ । ଏଥିରେ ଗୋଲାପି ରଙ୍ଗର ଗୋଲ୍‍ ଗୋଲ ଫୁଲ ହୁଏ । ଏହାର ଫଳ ଅଧ ଇଞ୍ଚରୁ ଏକ ଇଞ୍ଚ ମଧ୍ୟରେ ହୋଇଥାଏ ଓ ଗୋଟିଏ ଫଳରେ ୩-୫ଟି ମଞ୍ଜିଥାଏ । ଏହି ଲତାକୁ ଅଦରକାରୀ ଭାବି ଲୋକମାନେ ଘାସ ସହିତ ଓପାଡ଼ି ଫିଙ୍ଗି ଦିଅନ୍ତି କିନ୍ତୁ ଏଥିରେ ଅନେକ ଔଷଧୀୟ ଗୁଣ ଅଛି । ଯାହାକୁ ବ୍ୟବହାର କରି ଅନେକ ରୋଗରୁ ମୁକ୍ତି ମିଳିଥାଏ ।

 

ଅର୍ଶ ଓ ଭଗନ୍ଦର: ଲାଜକୁଳୀ ଲତା ଚେର ଓ ପତ୍ରକୁ ସମାନ ମାତ୍ରାରେ ନେଇ ଚୂର୍ଣ୍ଣ କରି ଏକ ଚାମଚ ମାତ୍ରାରେ କ୍ଷୀରରେ ମିଶାଇ ଖାଇଲେ ଅର୍ଶ ଓ ଭଗନ୍ଦରରେ ଲାଭ ମିଳିଥାଏ

ଗଣ୍ଡମାଳା: ଲାଜକୁଳୀ ଲତା ପତ୍ର ରସ ୪୦ ଗ୍ରାମ ମାତ୍ରାରେ ନିୟମିତ ପିଇଲେ ଗଣ୍ଡମାଳା ଠିକ୍‍ ହୋଇଥାଏ । ସ୍ତନ ଦୃଢ଼ ପାଇଁ: ଲାଜକୁଳୀ ଲତା ଚେର ଓ ଅଶ୍ୱଗନ୍ଧା ଚେରକୁ ବାଟି ଲେପ ଦେଲେ ସ୍ତନ ଦୃଢ଼ ହୋଇଥାଏ ।

କାଶ: ଲାଜକୁଳୀ ଲତା ଚେରକୁ ଗଳାରେ ବାନ୍ଧିଲେ କାଶ ଭଲ ହୋଇଥାଏ ।

ରକ୍ତାତି ସାର: ଲାଜକୁଳୀ ଲତା ମୂଳର ଚୂର୍ଣ୍ଣ ୩ ଗ୍ରାମ ମାତ୍ରାରେ ଦହି ସହିତ ଖାଇଲେ ରକ୍ତାତିସାର ରୋଗ ଠିକ୍‍ ହୋଇଥାଏ ।

କାମଳ ରୋଗ: ଲାଜକୁଳୀ ଲତା ପତ୍ର ରସ ୫-୧୦ ଗ୍ରାମ ମାତ୍ରାରେ ପିଇଲେ ପ୍ରଥମ ୭ ଦିନରେ ଜ୍ୱର ଓ ପିତ୍ତ ବିକାର ଦୂର ହୁଏ ଓ ଦ୍ୱିତୀୟ ସପ୍ତାହରେ ପିଇବା ଦ୍ୱାରା କାମଳ ରୋଗ ସଂପୂର୍ଣ୍ଣ ଭଲ ହୋଇଯାଇଥାଏ ।

ପଥୁରୀ: ଲାଜକୁଳୀ ଲତାର ଚେର ୧୦ ଗ୍ରାମକୁ ପାଣିରେ ସିଝାଇ ସେହି କ୍ୱାଥ୍‍ ଦିନରେ ୨ ଥର ପିଇଲେ ପଥୁରୀ ମିଳାଇଯାଇ ପରିସ୍ରାରେ ବାହାରି ଆସେ ଓ ବୃକକ୍‍ ବୃଦ୍ଧି ହୋଇଥିଲେ ମଧ୍ୟ ଠିକ୍‍ ହୋଇଯାଏ ।

ମଧୁମେହ: ଲାଜକୁଳୀ ଲତା ଚେରକୁ ୫-୧୦ ଗ୍ରାମ ମାତ୍ରାରେ ପାଣିରେ ସିଝାଇ ସେହି କାଢ଼ାରୁ ୧୦୦ ଗ୍ରାମ ମାତ୍ରାରେ ପିଇଲେ ମଧୁମେହ ରୋଗ ଭଲ ହୋଇଥାଏ ।

ଯୋନି ଭ୍ରଂଶ (ଗର୍ଭାଶୟ ବାହାରକୁ ଆସିଥିଲେ): ଲାଜକୁଳୀ ପତ୍ର ରସ କିମ୍ବା ମୂଳକୁ ଘୋରି ବାହାରକୁ ଆସିଥିବା ଗର୍ଭାଶୟରେ କିଛିଦିନ ଲଗାଇଲେ ତାହା ସଂକୁଚିତ ହୋଇ ଭିତରକୁ ଚାଲିଯାଏ । ଟନ୍‍ସିଲ୍‍:ଲାଜକୁଳୀ ପତ୍ରକୁ ବାଟି ବେକ ଓ ଗାଲରେ ଲେପଦେଲେ ଟନସିଲ୍‍ ଭଲ ହୁଏ ।

ଅଣ୍ଡକୋଷ ବୃଦ୍ଧି: ଲାଜକୁଳୀ ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ସେକ ଦେଲେ ଅଣ୍ଡକୋଷ ବୃଦ୍ଧି କମିଯାଇଥାଏ ।

ହୃଦୟ ରୋଗ: ଲାଜକୁଳୀ ଲତାର ପଞ୍ଚାଙ୍ଗ ୧୦ ଗ୍ରାମକୁ ପାଣିରେ ସିଝାଇ ସେହି କ୍ୱାଥକୁ ୩୦-୪୦ ଗ୍ରାମ ମାତ୍ରାରେ ପିଇଲେ ହୃଦୟ ରୋଗରେ ଲାଭ ମିଳିଥାଏ ।

Categories
HEALTH
Newsroll

RELATED BY

  • ବେଗୁନିଆ

    ବେଗୁନଆ ଗଛ ସହିତ ସମସ୍ତେ ପରିଚିତ । ଏହା ଏକ ବହୁ ବର୍ଷୀୟ ବୁଦାଜାତୀୟ ଗଛ । ଏହାର ପତ୍ରକୁ ମକଚିଲେ ଏକ ବିଶିଷ୍ଟ ପ୍ରକାରର ଦୁର୍ଗନ୍ଧ ବାହାରେ । ତେଣୁ ଏହି ଗଛକୁ ପଶୁମାନେ ଖାଆନ୍ତି ନାହିଁ ।...
  • ଜାତୀୟ ସ୍ଵେଛାକୃତ ରକ୍ତଦାତା ଦିବସ ପାଳିତ

    କଟକ- ଗୋପୀନାଥପୁର ଠାରେ ବିଜୟାନନ୍ଦ ଯୁବ ପରିଷଦ ପକ୍ଷରୁ ଜାତୀୟ ସ୍ଵେଛାକୃତ ରକ୍ତଦାତା ଦିବସ ପାଳିତ ହୋଇଛି । ରେଡ୍‌ କ୍ରସ ରକ୍ତ ଭଣ୍ଡାର, କଟକର ଅଧ୍ୟକ୍ଷ ତଥା ପୂର୍ବତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ଏହି ରକ୍ତଦାନ ଶିବିରକୁ ...
  • ବାୟୁ ପ୍ରଦୂଷଣ ଭୁବନେଶ୍ୱର ଅଧିବାସୀଙ୍କର ହାରାହାରି ପରମାୟୁ କମାଇ ଦେଉଛି

    ଭୁବନେଶ୍ୱର : ଭାରତରେ ଯେଉଁ ଶହେ ଦୁଇଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି ତା ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବାୟୁ ଗୁଣବତ୍ତା ଜୀବନ...
  • “ Heart and Lung Transplant Program”

    Bhubaneswar : CARE Hospitals, Bhubaneswar launched Odisha’s first comprehensive “Heart and Lung Transplant Program” on Friday 20 th September 2019 at Bhubaneswar. This program was supported by world renowned...