ଜେ.ଏନ୍.ୟୁ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡ଼ି ପାଇଲେ ଓଡ଼ିଆ ଝିଅ

ସୌମ୍ୟା ଶର୍ମିଷ୍ଠା

ନୂଆଦିଲ୍ଲୀ, (ଓ.ଏନ୍‍.ବ୍ୟୁରୋ) : ଓଡ଼ିଆ ଝିଅ ସୌମ୍ୟା ଶର୍ମିଷ୍ଠା ମଲ୍ଲିକ ଇତିମଧ୍ୟରେ ବିଶ୍ୱ ବିଖ୍ୟାତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରୁ ସମାଜ ବିଜ୍ଞାନରେ ଡ଼କ୍ଟର ଅଫ ପିଲୋସଫି ଡ଼ିଗ୍ରୀ ହାସଲ କରିଛନ୍ତି ।

ପି.ଏଚ୍.ଡ଼ି ରେ ତାଙ୍କର ସନ୍ଦର୍ଭଟି ହେଉଛି “ସୋସିଓ – କଲଚୁରାଲ ଡ଼ାଇନାମିକସ୍ ଅଫ ଆଣ୍ଟି-ଏଜିଙ୍ଗ୍ ଟ୍ରିଟମେଣ୍ଟ: ଏ କେସ୍‍ ଷ୍ଟଡ଼ି ଇନ୍ କଟକ”

ସେ ଜେ.ଏନ୍.ୟୁ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ପ୍ରଫେସର ଡ଼କ୍ଟର ରେଣୁକା ସିଂହ ତଥା ଡ଼କ୍ଟର ରଥିସ୍ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗବେଷଣା କରୁଥିଲେ ।

ବିଶ୍ୱ ବିଖ୍ୟାତ ସମାଜ ବିଜ୍ଞାନୀ ପ୍ରଫେସର ବିବେକ କୁମାର ତଥା ଜେ.ଏନ୍.ୟୁ ବିଶ୍ୱ ବିଦ୍ୟାଳୟର ସେଣ୍ଟର ଫର ଦି ଷ୍ଟଡ଼ି ଅଫ ସୋସିଆଲ ସିଷ୍ଟମ୍(CSSS/SSS) ର ଅଧ୍ୟକ୍ଷା ପ୍ରଫେସର ନୀଲିକା ମେହରୋଟ୍ରା ମଧ୍ୟ ସୌମ୍ୟାଙ୍କର ମାର୍ଗ ପ୍ରଦର୍ଶକ ଥିଲେ ।

ସୌମ୍ୟା ଶର୍ମିଷ୍ଟା ଜଣେ ମେଧାବୀ ଛାତ୍ରୀ, ଦକ୍ଷ ଗବେଷିକା, ଉଚ୍ଚ କୋଟୀର ପ୍ରାବନ୍ଧିକ ତଥା ଲେଖିକା ଅଟନ୍ତି ।

ତାଙ୍କର ପିତା ହେଉଛନ୍ତି ଓଡ଼ିଶାର ପୂର୍ବତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ମଲ୍ଲିକ ଏବଂ ମାତା ହେଉଛନ୍ତି ବିଶିଷ୍ଟ ସମାଜ ସେବିକା ଭବାନୀ ମଲ୍ଲିକ ।

ସୌମ୍ୟାଙ୍କର ସଫଳତା ପାଇଁ “ଓଡ଼ିଶା ନ୍ୟୁଜ୍”ର ସମ୍ପାଦକ ତଥା ନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନ,ନୂଆଦିଲ୍ଲୀର ରାଷ୍ଟ୍ରୀୟ ମହାସଚିବ ସମୀର କୁମାର ସିଂହ, ନ୍ୟାସନାଲ ହ୍ୟୁମାନ ରାଇଟ୍ସ କ୍ଲିନିକର କାର୍ଯ୍ୟ ନିର୍ବାହୀ ସଂପାଦକ ପ୍ରଫେସର ଜୟକୃଷ୍ଣ ମହାନ୍ତ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Categories
KNOWLEDGE
Newsroll

RELATED BY

  • ଟଙ୍କାକୁ ଯେମିତି ସମସ୍ତେ ଭଲ ପାଅ,ସେହିପରି ଗାନ୍ଧୀଙ୍କ ବାଣୀ ଓ ଉପଦେଶକୁ ପାଳନ କର

    ମହାତ୍ମା ଗାନ୍ଧୀ ଆମର ଶକ୍ତି । ଗାନ୍ଧୀ ବିନା ଆମ ଦୈନନ୍ଦିନ ଜୀବନରେ ବଞ୍ଚିବା, ଚଳିବା କଷ୍ଟକର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାନ୍ଧୀ ଏହି ପରି ଜଣେ ମହାପୁରୁଷ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଚିତ୍ର...
  • ଆରକେଏସ ଭଦୌରିଆ ପରବର୍ତୀ ବାୟୁ ସେନା ମୁଖ୍ୟ ହେବେ

    ଭାରତ ସରକାର ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁ ସେନା ମୁଖ୍ୟ ଚିଫ ଏୟାର...
  • ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

    ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ...
  • ନୂତନ କ୍ୟାବିନେଟ ସଚିବ ରାଜୀବ ଗୌବା

    ନୂତନ କ୍ୟାବିନେଟ ସଚିବ ଭାବେ ଆଜି ଶ୍ରୀ ରାଜୀବ ଗୌବା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ କ୍ୟାବିନେଟ ସଚିବ ଶ୍ରୀ ପି.କେ. ସିହ୍ନାଙ୍କ ଅବସର ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ୧୯୮୨ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡର...