ନିଆରା ଢଙ୍ଗରେ ପାଳନ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଅକ୍ଟୋବର ୧୬ ତାରିଖରେ

Share this:

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଅକ୍ଟୋବର ୧୬ ତାରିଖରେ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ବିଜୁ ଜନତା ଦଳର ‘ଜୀବନ ବିନ୍ଦୁ’ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାର ବିକାଶ ଓ ସ୍ୱାଭିମାନ ପାଇଁ  ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଶୀର୍ଷକ ପାଲଟିଛନ୍ତି ।

ଜନସାଧାରଣଙ୍କ ଅକୁଣ୍ଠିତ ସଦିଚ୍ଛା ତାଙ୍କ ପଛରେ ଅଛି, ଯାହାକୁ ଆଧାର କରି ସେ ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେଉଛନ୍ତି ।

ଲୋକମାନଙ୍କ ଶ୍ରଦ୍ଧାକୁ ସାମାଜିକ ସେବା ଓ ପ୍ରତିବଦ୍ଧତାରେ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ବହୁ ସଂଖ୍ୟାରେ ଲୋକମାନେ ବିଶେଷକରି ଯୁବକ-ଯୁବତୀ, ଛାତ୍ରଛାତ୍ରୀ, ମହିଳା ଏଥିରେ ଯୋଗଦାନ କରି ଭିନ୍ନ ଭାବରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନ୍ମଦିନର ଶୁଭେଚ୍ଛା ଜଣାଇବେ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରକ୍ତଦାନ ନିମନ୍ତେ ଆଗ୍ରହ ପ୍ରକାଶ କରିବା ପାଇଁ ସ୍ୱତଃସ୍ଫୂର୍ତ୍ତ ଉତ୍ସାହଜନକ ହୋଇଛି ।

ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତେ ଆଗେଇ ଆସିବାକୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ କୁମାର ନାୟକ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରାଜ୍ୟର ଜନସାଧାରଣଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବା ପାଇଁ ଆହ୍ୱାନ କରିଆସୁଛନ୍ତି ।

ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ୫୯ଟି ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାତାଙ୍କ ଗହଣରେ ନିଜର ଜନ୍ମଦିନ ପାଳିବେ ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ । ଅଦ୍ୟ ମକର ରାଶିର ଘାତବାର  ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୪/୩୮ ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୦୯ ରାହୁକାଳ – ଦିବା ଘ ୦୩/୦୬ ରୁ ଦିବା ଘ ୦୪/୪୩...
  • Share this:ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଗହ୍ମା ବା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇ ଏହି ପବିତ୍ର...
  • Share this:ଭୁବନେଶ୍ୱର:ଉଭୟ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଯୁବମାରଣ ନୀତି ବିରୋଧରେ ସ୍ୱରୋତୋଳନ କରିବା ପାଇଁ ଓଡ଼ିଶା ପ୍ରଦେଶଯୁବ କଂଗ୍ରେସ ପକ୍ଷରୁ ଡିଜିଟାଲ ପ୍ଲାଟ୍‌ଫର୍ମ ଜରିଆରେ ଇ-କ୍ୟାମ୍ପେନ ‘ଭଏସ ଅଫ୍‌ ଓଡ଼ିଶା’ ଯୁବ ବିରୋଧୀ...
  • Share this:ଭୁବନେଶ୍ୱର:ସୋମବାର ଦିନ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଭିଡ଼ିଓ ବାର୍ତ୍ତାଳାପ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସହିତ ରଣକୌଶଳ ପ୍ରସ୍ତୁତ କରିଛି । ତୃଣମୂଳ...
  • Share this:ଭୁବନେଶ୍ୱର: କୋଭିଡ୍‌-୧୯ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସମୟରେ ଔଷଧ, ପିପିଇ କିଟ୍ ଆଦି ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାହିଁକି ବିଡିଓଙ୍କୁ ଅନୁରୋଧ କରିବେ ? ଏଭଳି ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ସମୟରେ ଆବଶ୍ୟକୀୟ ଔଷଧ, ପିପିଇ...

RELATED BY