ସମର୍ଥକଙ୍କୁ ଖୁସି କରିବା ଚାହାଁନ୍ତି

ଜାମସେଦପୁର ଓ ଓଡିଶା ଦଳ

ଜାମସେଦପୁର : ହିରୋ ଇଣ୍ଡିଆନ ସୁପର ଲିଗରେ ତୃତୀୟ ସିଜନ ଖେଳିବାକୁ ଯାଉଥିବା ଜାମସେଦପୁର ଏଫସି ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ପାଇଁ ଲକ୍ଷ୍ୟ ରଖିବ । 

 ଗତ ସିଜନରେ ସେମାନେ ଅଳ୍ପକେ ଏହି ସୁଯୋଗ ହାତଛଡ଼ା କରିଥିଲେ ।  ଆସନ୍ତା କାଲି ଘରୋଇ ଷ୍ଟାଡିଅମ ଜେଆରଡି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ଏଫସି ବିପକ୍ଷ ଏକ ମ୍ୟାଚ ସହିତ ସିଜନ ଆରମ୍ଭ କରିବ `ମେନ ଅଫ ଷ୍ଟିଲ‘ ନାମରେ ପରିଚିତ ଜାମସେଦପୁର ଏଫସି । 

ଗତ ଦୁଇ ସିଜନରେ ଜାମସେଦପୁର ଦଳର ଦୁଇଜଣ ମୁଖ୍ୟ ପ୍ରଶିକ୍ଷକ ଥିଲେ ଏବଂ ସେମାନେ କ୍ଲବରେ ନିଜ ନିଜର ଖେଳ ଶୈଳୀ ପ୍ରୟୋଗ କରିଥିଲେ । 

 ଏଥର ଆନଟୋନିଓ ଇରିଅଂଡୋ ଦାୟିତ୍ୱ ନେଇଥିବାରୁ ସମର୍ଥକମାନେ ତାଙ୍କଠାରୁ ଆକ୍ରମଣାତ୍ମକ ଖେଳ ଆଶା କରୁଛନ୍ତି । 

 

ଇରିଅଂଡୋ କହନ୍ତି, “ପ୍ରତିପକ୍ଷ ଆକ୍ରମଣ କଲେ ଆମେ ପ୍ରତିରକ୍ଷା କରିବୁ ।  କିନ୍ତୁ ୯୦ ମିନିଟ ଭିତରେ ଆମେ ବିପକ୍ଷ ଦଳଠାରୁ ଅଧିକ ସମୟ ବଲ ଆମ ପାଖରେ ରଖିବାକୁ ଚେଷ୍ଟା କରିବୁ । 

 ଆମ ଖେଳ ଶୈଳୀ ସହିତ ଆମ ସମର୍ଥକଙ୍କୁ ଖୁସି କରିବ ଆମ ପାଇଁ ଗୁରୁତ୍ୱପୂର୍ଣ ବିଷୟ ହେବ ।  ”

ସ୍ପେନ ଯୋଡି ମାରିଓ ଆରକ୍ୱେସ ଓ ସରଜିଓ ସିଡୋଞ୍ଚା ଏଥର କେରଳ ବ୍ଳାଷ୍ଟର୍ସ ଏଫସିରେ ଯୋଗ ଦେଇଥିବାରୁ ଜାମସେଦପୁରକୁ ସେମାନଙ୍କ ଅନୁପସ୍ଥିତି ସମ୍ଭାଳିବାକୁ ପଡିବ । 

 ତେବେ ସେମାନେ ଆଇଏସଏଲର ତୃତୀୟ ସର୍ବୋଚ୍ଚ ଭାରତୀୟ ସ୍କୋରର ସି କେ ଭିନିଥଙ୍କୁ ନେଇ ଦଳର ପୁରୋଭାଗକୁ ମଜବୁତ କରିଛନ୍ତି । 

 ସେମାନେ ମଧ୍ୟ ବିଦାୟୀ ବିଦେଶୀ ଖେଳାଳିଙ୍କ ସ୍ଥାନରେ ଫ୍ରାନସିସ୍କୋ `ପିଟି‘ ଲୁନା ଓ ନୋଇ ଆକୋଷ୍ଟାଙ୍କୁ ନେବା ସହିତ ଦୁଇ ତାରକା ଖେଳାଳି ମେମୋ ଓ ତିରିଙ୍କୁ ଅଟକାଇ ରଖିବାରେ ସଫଳ ହୋଇଛନ୍ତି । 

ଓଡିଶା ଏଫସି ନାମରେ ନାମିତ ଜୋସେପ ଗୋମ୍ବାଉଙ୍କ ଦିଲ୍ଲୀ ଡାଇନାମୋଜ ଦଳ ଗତ ସିଜନରେ ଅଷ୍ଟମ ସ୍ଥାନରେ ରହିଥିଲେ ହେଁ ସେମାନଙ୍କ ଖେଳରେ ଦମ୍ଭ ଓ ଉତ୍ସାହ ଦେଖାଇଥିଲେ । 

 ନୂଆ ଘର ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବାପରେ ଗୋମ୍ବାଉ ତାଙ୍କର ଯୁବ ଦଳକୁ ନେଇ ସଫଳତା ହାସଲ ଲାଗି ଉଦ୍ୟମ ଜାରି ରଖିବେ। 

ଦିଲ୍ଲୀର ତାରକା ଫରୱାର୍ଡ ଲାଲିଆନଜୁଆଲା ଛାଙ୍ଗଟେ ଦଳ ଛାଡି ଚେନ୍ନାୟିନ ଏଫସିରେ ଯୋଗ ଦେଇଛନ୍ତି ।  ତେବେ ପୁରୋ ଭାଗରେ ଡାନିଏଲ ଲାଲିମପୁଇଆଜେରୀ ମାହମିଙ୍ଗଥାଙ୍ଗା ଓ ନନ୍ଦକୁମାର ସେକର ପ୍ରତିପକ୍ଷ ପାଇଁ ବିପଦ ସୃଷ୍ଟି କରିବ। 

ଗତ ସିଜନ ବିତିଯାଇଛି ।  

ଏବେ ଆମେ ଏକ ନୂଆ ଦଳ ଓ ନୂଆ ସହରରେ ଯାତ୍ରା ଆରମ୍ଭ କରୁଛୁ । 

 ଆମର ଅଧିକାଂଶ ଖେଳାଳି ଅପରିବର୍ତ୍ତିତ ଅଛନ୍ତି । 

 ଆମେ ମଧ୍ୟ କିଛି ନୂଆ ଖେଳାଳି ନେଇଛୁ । 

 ମୁଁ ଭାବୁଛି ଆମ ପାଖରେ ଏକ ପୂର୍ଣ୍ଣାଙ୍ଗ ଦଳ ରହିଛି,” କହନ୍ତି ଗୋମ୍ବାଉ । 

RELATED BY