ଋଷରେ ଓଏନଜିସି ଭାଗିଦାରୀରେ ପ୍ରତିଷ୍ଠିତ ସାଖାଲିନ୍-୧ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଋଷରରେ ଓଏନଜିସି ବିଦେଶ କମ୍ପାନୀର ଓଡିଆ ଅଧିକାରୀଙ୍କୁ ଭେଟିଲେ

ଋଷ/ନୂଆଦିଲ୍ଲୀ/ ଭୁବନେଶ୍ୱର:ପାଞ୍ଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଋଷର ସାଖାଲିନ୍ ତୈଳ କ୍ଷେତ୍ର ପରିଦର୍ଶନ କରି ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।
ଋଷର ଗ୍ୟାସ କ୍ଷେତ୍ରରେ ଓଏନଜିସି ବିଦେଶ କମ୍ପାନୀ ଋଷର ସାଖାଲିନ୍-୧ ପ୍ରକଳ୍ପରେ ଭାରତର ସବୁଠୁ ବଡ ଏକକ ପୁଞ୍ଜିନିବେଶ କରିଛି ।

ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣରେ ଭାରତ ଏବଂ ଋଷର ଉର୍ଜା ସଂଯୋଗକୁ ମଜବୁତ୍ କରିବା ପାଇଁ ଓଏନଜିସି ବିଦେଶ କମ୍ପାନୀ ୨୦୦୧ ଠାରୁ ସାଖାଲିନ୍ -୧ ପ୍ରକଳ୍ପରେ ୨୦ ପ୍ରତିଶତ ଭାଗୀଦାର ରହିଆସୁଛି ।

ସେତେବେଳେ ଏହି ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଋଷ ରେ ଭାରତୀୟ ରାଷ୍ଟ୍ରଦୂତ ସତି ଲାମ୍ବାଙ୍କୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।

ବର୍ତମାନ ରାଷ୍ଟ୍ରଦୂତ ଥିବା ଶ୍ରୀ ଭେଙ୍କଟେଶ୍ ବର୍ମା ମଧ୍ୟ ଏହି ପ୍ରକଳ୍ପରେ ସାମିଲ ଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଭାରତରେ ‘ବମ୍ବେ ହାଇ’ ଭଳି ସାଖାଲିନ୍  ତୈଳ ଉତ୍ପାଦକ କ୍ଷେତ୍ର ଅଟେ ।

ଏକ୍ସନ ମୋବିଲ କର୍ପୋରେସନ୍, ରୋଜନେଫ୍ଟ, ଜାପାନିଜ୍ ଏସଓଡିଇସିଓ ଏବଂ ଭାରତର ଓଏନଜିସି ବିଦେଶ କମ୍ପାନୀ ଏହାର ସହଯୋଗୀ ଥିବା ବେଳେ ସମସ୍ତଙ୍କ ଭାଗିଦାରୀରେ ଏହା ୨୦୫୫ ପର୍ଯ୍ୟନ୍ତ ତୈଳ ଏବଂ ଗ୍ୟାସ ଉତ୍ପାଦନ କରିବାର ଯୋଜନା ରଖିଛି ।

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ପ୍ରତିନିଧି ମଣ୍ଡଳି ସହ ଓଏନଜିସି ବିଦେଶ ଭାଗିଦାରୀ ଥିବା ରିଗ୍ ‘କ୍ରିଚେଟ୍’ ବୁଲି ଦେଖିଛନ୍ତି ।

ଏଠାରେ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ କାମ କରିବାକୁ ପଡେ । ଏହାବ୍ୟତିତ ସେ ଓଏନଜିସି ବିଦେଶ କମ୍ପାନୀର ଓଡିଆ ଅଧିକାରୀ ସନ୍ତୋଷ ଦାଶଙ୍କୁ ସାକ୍ଷାତ୍ କରି
ଆଲୋଚନା କରିଛନ୍ତି ।

Categories
INTERNATIONAL

RELATED BY

  • Nita Ambani Elected to the Board of The Metropolitan Museum of Art

    New York : Educationist, philanthropist, and businesswoman Nita Ambani has been named an Honorary Trustee of The Metropolitan Museum of Art. It was announced Tuesday  by Daniel Brodsky, the...
  • ଭିତୋଲ ଗ୍ରୁପ୍ କମ୍ପାନୀକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ

    ୟୁଏଇ/ଭୁବନେଶ୍ୱର: ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ୍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ...
  • ୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବୀ/ଭୁବନେଶ୍ୱର: ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ । ଉର୍ଜା କ୍ଷେତ୍ରରେ...
  • ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ/ ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ...
Call Now ButtonCALL TO MR. SAMIR