ଭୁବନେଶ୍ୱର : ବିଶିଷ୍ଟ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି’ର ସଦସ୍ୟ ଗଣ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ।
ଏହି ଅବସରରେ ସେମାନେ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ବିଷୟରେ ଆଲୋଚନା କରିଛନ୍ତି ।
ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ସହିତ ତାଙ୍କ ନାମରେ ଏକ ସଡ଼କକୁ ନାମିତ କରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।
ଏହିସବୁ ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।
ଏହି କମିଟିର ସଦସ୍ୟ ଭାବେ ଶ୍ରୀ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, ଶ୍ରୀ ଆର୍ଯ୍ୟ ଜ୍ଞାନେନ୍ଦ୍ର, ଶ୍ରୀ ଯଜ୍ଞେଶ୍ଵର ବାବୁ, ଶ୍ରୀ ଅନନ୍ତ ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।